ଭାରତୀୟ ବାୟୁସେନାର ଜେଟ ବିମାନ ମିଗ- ୨୧ ଦୁର୍ଘଟଣା ଗ୍ରସ୍ତ

ଗୁରୁବାର ବିଳମ୍ବିତ ରାତିରେ ଭାରତୀୟ ବାୟୁସେନାର ଜେଟ ବିମାନ ମିଗ -21 ବିମାନ ଦୁର୍ଘଟଣା ଗସ୍ତ । ରୁଟିନ ଚେକ ସାରି ଫେରୁଥିବା ବେଳେ ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା ମିଳିଛି । ରାତି ଗୋଟାଏରେ ପଞ୍ଜାବର ମୋଗା ଅଂଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏନେଇ ଏଏନ୍‌ଆଇ ତରଫରୁ ଖବର ପ୍ରକାଶ କରିଛି।

ବାୟୁସେନା କେବଳ ରୁଟିନ୍‌ ଚେକ ସାରି ଫେରୁଥିବା ବେଳେ ମିଗ୍‌ -୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା କହଛି। ଏଥିସହ ଘଟଣାରେ ଜଣେ ପାଲଟଙ୍କ ମୃତ୍ୟୁ ଘଟିଛି। ମିଗ-୨୧ ଲଢ଼ୁଆ ବିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା, ତା’ର କାରଣ ଜାଣିବା ପାଇଁ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.