ଗୋଆରେ ଦୁର୍ଘଟଣାଗ୍ରସ୍ତ ହେଲା ମିଗ-୨୯ ବିମାନ, ପାଇଲଟ୍‌ ସୁରକ୍ଷିତ

ଆଜି ସକାଳେ ଗୋଆ ତଟବର୍ତ୍ତୀ ସମୁଦ୍ରରେ ରୁଟିନ୍ ଉଡ଼ାଣ ବେଳେ ଭାରତୀୟ ନୌସେନାର ଏକ ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତାବକ ଏହି ବିମାନରେ ଯାତ୍ରା କରୁଥିବା ପାଇଲଟ୍‌ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବିମାନର ପାଇଲଟ୍‌ ସୁରକ୍ଷିତ ବାହାରକୁ ବାହାରିଛନ୍ତି। ଭାରତୀୟ ନୌସେନାର ଏକ ବୟାନ ଅନୁଯାୟୀ ଆଜି ସକାଳ ପାଖାପାଖି ୧୦.୩୦ ସମୟରେ ଟ୍ରେନିଂ ପାଇଲଟ ବିମାନ ମିଗ-୨୯ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ପାଇଲଟ୍‌ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ ନୌସେନା ପକ୍ଷରୁ ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଆଦେଶ ଜାରି କରାଯାଇଛି।