ୱାସିଂଟନରେ ମେଦି ମାନିଆ, ପ୍ରବାସୀ ଭାରତୀୟଙ୍କ ମୋଦି ନାରାରେ କମ୍ପିଲା ବିମାନ ବନ୍ଦର

କେନ୍ୟୁଜ୍(ବ୍ୟୁରୋ):ୱାଶିଂଟନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ରହିଛି ମୋଦି-ବାଇଡେନ୍‌ ସାକ୍ଷାତ। ଆଜି ଗସ୍ତର ପ୍ରଥମ ଦିନରେ ଗ୍ଲୋବାଲ ସିଇଓଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ରାତିରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ ରହିଛି। ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଆଜି ସକାଳେ ୱାଶିଂଟନରେ ପହଞ୍ଚିଲା ବେଳକୁ ପ୍ରବଳ ବର୍ଷା ହେଉଥିଲା । ମୋଦି ବିମାନ ମଧ୍ୟରୁ ଛତା ଧରି ବାହାରିଥିଲେ । ବିମାନ ବନ୍ଦରରେ ସ୍ୱାଗତ କରିବାକୁ ଉପସ୍ଥିତ ଥିଲେ ବାଇଡେନ୍‌ ପ୍ରଶାସନର ବରିଷ୍ଠ ଅଧିକାରୀ। ଉପସ୍ଥିତ ଥିଲେ ଭାରତର ରାଷ୍ଟ୍ରଦୂତ ତରନଜିତ୍‌ ସିଂହ ସାନ୍ଧୁ। ଏୟାରପୋର୍ଟ ବାହାରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରବାସୀ ଭାରତୀୟଙ୍କ ଭିଡ଼ ଜମି ଥିଲାା କାଲି ମୋଦି ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ।

ଏ ସମୟରେ ସୁରକ୍ଷା ସହଯୋଗ, ଆଫଗାନ ସ୍ଥିତି, ଚୀନର ବିସ୍ତାରବାଦୀ ନୀତି, ସୀମାପାର ଆତଙ୍କବାଦ, ଭାରତ-ଆମେରିକା ସମ୍ପର୍କ ବୃଦ୍ଧି, ଦ୍ୱିପାକ୍ଷିକ ବାଣିଜ୍ୟ ଓ ବିିନିଯୋଗ, ସ୍ୱଚ୍ଛ ଉର୍ଜା ସହଯୋଗୀତା ଆଦି ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି। କାଲି ଆମେରିକା ପକ୍ଷରୁ ଆୟୋଜିତ କ୍ୱାଡ୍‌ ବୈଠକରେ ଯୋଗଦେବେ ମୋଦି। ୨୫ ତାରିଖେରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.