ଦିଲ୍ଲୀ-ଏନସିଆରରେ ଅନୁଭୂତ ହେଲା ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୭

ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ଅନୁଭୂତ ହୋଇଛି ଭୁକମ୍ପ ଝଟକା । ପୁନର୍ବାର ସୋମବାର ରାତିରେ ଭୂକମ୍ପର ସାମାନ୍ୟ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ଥିଲା । ହରିଆଣାର ଝାଜର ଇଲାକାରେ ଏହାର କେନ୍ଦ୍ରସ୍ଥଳ ରହିଥିବାର ସୂଚନା ମିଳିଛି । ତେବେ ଏହି ଭୂକମ୍ପରେ କୌଣସି ବଡ଼ କ୍ଷତି ହୋଇନାହିଁ ।

ଏହି ଭୂକମ୍ପ ଝଟକାରେ ଆଖପାଖ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ସବୁଠୁ ବଡ଼ କଥା ହେଉଛି ଦିଲ୍ଲୀ-ଏନସିଆରରେ ପ୍ରାୟ ସମୟ ଭୂକମ୍ପର ଝଟକା ଅନୁଭୂତ ହୋଇଥାଏ । କିନ୍ତୁ ଏହାର ତୀବ୍ରତା ରିକ୍ଟର ସ୍କେଲରେ କମ ରହୁଥିବା କାରଣରୁ କୌଣସି ପ୍ରକାରର ବଡ଼ କ୍ଷତିର ସାମ୍ନା କରିବାକୁ ପଡେ ନାହିଁ ।

32534664
pc: india today

ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀରେ ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପର ବେଶି ପ୍ରଭାବ ଦେଖିବାକୁ ମିଳିଥିଲା । ଫେବୃଆରୀର ମଧ୍ୟ ଭାଗରେ ଦିଲ୍ଲୀ-ଏନସିଆର ବ୍ୟତିତ ରାଜସ୍ଥାନ, ଜମ୍ମୁ-କାଶ୍ମୀର, ହିମାଚଳପ୍ରଦେଶ ଆଦି ସ୍ଥାନରେ ମଧ୍ୟ ଭୁକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହି ସମୟରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଥିଲା । ଯାହାର କେନ୍ଦ୍ରସ୍ଥଳ ତାଜିକିସ୍ଥାନ ଥିଲା ।

ତେବେ ଏହି ସମୟରେ ଆପଣ ନିଜକୁ ସତର୍କ ରଖିବା ଆବଶ୍ୟକ । ଭୂକମ୍ପ ଝଟକା ଅନୁଭୂତ ହେବା ସମୟରେ ଆଦୌ ଭୟ କରନ୍ତୁ ନାହିଁ । ଯଦି ଆପଣ ବିଲ୍ଡିଂରେ ରହୁଛନ୍ତି, ତେବେ ତୁରନ୍ତ ବାହାରକୁ ଆସନ୍ତୁ । ଧ୍ୟାନ ରଖିବେ, ଏହି ସମୟରେ ଲିଫ୍ଟର ବ୍ୟବହାର କରିବେ ନାହିଁ । ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ । ଯଦି ତଳକୁ ଆସିବା ସମ୍ଭବ ହେଉନାହିଁ, ତେବେ ବିକଳ୍ପ ଭାବେ ଆପଣ ଲମ୍ବା ଟେବୁଲ ତଳେ କିମ୍ବା ଖଟ ତଳେ ରହିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.