୨-୪ ଦିନରେ ଭାରତ-ପାକ୍ ଯୁଦ୍ଧ ! ଆକ୍ରମଣ ଚିନ୍ତାରେ ବିଚଳିତ ପାକିସ୍ତାନ

ପାକିସ୍ତାନ ଛାନିଆ । ଯେ କୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିପାରେ । ପାକିସ୍ତାନକୁ ଘାରିଛି ଭାରତର ଆସନ୍ନ ଆକ୍ରମଣ ଆଶଙ୍କା । ଏପରିକି ୨-୪ ଦିନ ଭିତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଲାଗିପାରେ ବୋଲି କହିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ । ସେ କହିଛନ୍ତି, ପାକିସ୍ତାନ ଅସ୍ତିତ୍ୱ ହଜାଇ ଦେବାକୁ ଭାରତ ଚାହୁଁଛି । ତେବେ ଭାରତ ଆକ୍ରମଣ କଲେ ପାକିସ୍ତାନୀ ସେନା ଏହାର ଜୋରଦାର ଜବାବ ଦେବ। ଏଥିପାଇଁ ପାକିସ୍ତାନୀ ସେନାକୁ ପ୍ରସ୍ତୁତ କରି ରଖାଯାଇଛି। ଦରକାର ହେଲେ ପାକିସ୍ତାନ ପରମାଣୁ ହମଲା କରି ଭାରତ ଆକ୍ରମଣର ଜବାବ ଦେବ ବୋଲି ଆସିଫ କହିଛନ୍ତି ।

ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ଭାରତ ସିଧାସଳଖ ପାକିସ୍ତାନକୁ ଦାୟୀ କରିଛି । ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ କରୁଛି ବୋଲି ଭାରତ ଅଭିଯୋଗ କରି ଆସୁଛି ।  ପହଲଗାମ ଆତଙ୍କୀ ଆକ୍ରମଣକୁ ସାରା ବିଶ୍ୱରୁ ନିନ୍ଦା କରାଯାଇଛି । ଭାରତ ସରକାର ପାକିସ୍ତାନ ବିରୋଧରେ କୂଟନୈତିକ ଆକ୍ସନ ନେଇ ସାରିଥିବା ବେଳେ ଖୁବଶୀଘ୍ର ମିଲିଟାରୀ ଆକ୍ସନ ନେବେ ବୋଲି ଜଣାପଡିଛି ।  ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କୀ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ଦାବି କରୁଥିବା ବେଳେ ପାକ ପ୍ରତିରକ୍ଷା ମନ୍ତ୍ରୀ ଆସିଫଙ୍କ ମନ୍ତବ୍ୟ ପାକ୍ ନେତା ଭାରତର ଆକ୍ସନକୁ ନେଇ କେତେ ବିଚଳିତ ତାହା ସ୍ପଷ୍ଟ ହେବାରେ ଲାଗିଛି  ।

ଆହୁରି ପଢ଼ନ୍ତୁ : ପହଲଗାମ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାଜନାଥ ସିଂଙ୍କ ବୈଠକ, ସ୍ଥିତି ବିଷୟରେ ଅପଡେଟ୍ ଦେଲେ ପ୍ରତିରକ୍ଷା…