ଖୁସି ଖବର! UAEରେ କାମ କରୁଥିବା ଲକ୍ଷେ ଭାରତୀୟଙ୍କୁ ମିଳିବ ନାଗରିକତା

ସଂଯୁକ୍ତ ଅରବ ଅମୀରାତ(UAE)ରେ କାମ କରୁଥିବା ଲକ୍ଷେ ଭାରତୀୟଙ୍କ ପାଇଁ ଏକ ଭଲ ଖବର। UAE ଶନିବାର ଘୋଷଣା କରିଛି କି, ପ୍ରଫେସନାଲ ବିଦେଶୀ ନାଗରିକମାନଙ୍କୁ UAE ନାଗରିକତା ପ୍ରଦାନ କରାଯିବ। କୋଭିଡ୍‌-୧୯ ମହାମାରୀ ଭିତରେ ଅର୍ଥବ୍ୟବସ୍ଥାକୁ ପୁନଃରୁଦ୍ଧାର କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଖାସ୍‌ କଥା ହେଉଛି, ନାଗରିକତା ନା କେବଳ ଏଠାରେ କାମ କରୁଥିବା ଲୋକ ପାଇବେ, ବରଂ ସେମାନଙ୍କ ପରିବାରକୁ ମଧ୍ୟ ଦିଆଯିବ।

ଦୁବାଇର ଶାସକ, ଦେଶର ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଅଲ୍‌ ମଖତୁମ୍‌ ଘୋଷଣା କରି କହିଛନ୍ତି, କଳାକାର, ଲେଖକ, ଡାକ୍ତର, ଇଞ୍ଜିନିୟର ଏବଂ ବୈଜ୍ଞାନିକମାନଙ୍କ ସହିତ ସେମାନଙ୍କ ପରିବାର ବି ନାଗରିକତା ପାଇଁ ଆବେଦନ କରିପାରିବେ। ୟୁଏଇର ନାଗରିକ ହେବା ପରେ ମଧ୍ୟ ସେ ନିଜ ପୁରୁଣା ନାଗରିକତା ବଜାୟ ରଖିପାରିବେ।

କ’ଣ କ’ଣ ମିଳିବ ଅଧିକାର

ତେବେ ଏହା ସ୍ପଷ୍ଟ ହୋଇନାହିଁ କି, ନାଗରିକତା ପାଇବାକୁ ଥିବା ବିଦେଶୀ ନାଗରିକଙ୍କୁ ସେହି ଅଧିକାର ପ୍ରଦାନ କରାଯିବ କି ନାହିଁ, ଯାହା ଏଠାକାର ମୂଳ ନାଗରିକଙ୍କୁ ପ୍ରାପ୍ତ ହୋଇଥାଏ। ଏ ପର୍ଯ୍ୟନ୍ତ ଏଠାରେ କାମ କରୁଥିବା ବିଦେଶୀମାନଙ୍କୁ କେବଳ ଚାକିରି କିମ୍ବା କାମ ସମୟରେ ଭିଜା ମିଳିଥାଏ, ଯାହା ରିନ୍ୟୁ ହୋଇଯାଇଥାଏ।

Leave A Reply

Your email address will not be published.