ଦେଶ ବିଦେଶ

ଖାଦ୍ୟ ଓ ଜଳ ସଂକଟ ର ସାମ୍ନା କରି ପାରନ୍ତି ଏସିଆ ମହାଦେଶର ଲକ୍ଷ ଲକ୍ଷ ଲୋକ, ସମୟ ପୂର୍ବରୁ ପରିବେଶକୁ ରଖନ୍ତୁ ସଫା

ଦିନକୁ ଦିନ ଯେତେ ମାତ୍ରାରେ ସବୁ କ୍ଷେତ୍ରରେ ବିକାଶ ଘଟୁଛି , ସେହି ମାତ୍ରାରେ ମଧ୍ୟ ପରିବେଶରେ ପ୍ରଦୂଷଣ ବଢିବାରେ ଲାଗିଛି । ବାୟୁ ମଣ୍ଡଳ ପ୍ରଦୂଷଣ ହେବା ସହିତ ଜଳ ବାୟୁ ପରିବର୍ତ୍ତନ ହୋଇ ହୋଇ ଯାଉଛି । ତେବେ ବାୟୁମଣ୍ଡଳରେ ତାପମାତ୍ରା ମଧ୍ୟ ଅଧିକ ହୋଇ ହୋଇ ଯାଉଛି । ତେଣୁ ଏବେ ସବୁ କ୍ଷେତ୍ରରେ ଅସୁବିଧା ଦେଖିବାକୁ ମିଳୁଛି । ବୈଜ୍ଞନିକଙ୍କ ଅନୁସାରେ ହିମାଳୟର ଗ୍ଲେସିୟର ରେ ଯେତେବେଳେ ୪୦୦ ରୁ ୭୦୦ ବର୍ଷ ପୂର୍ବରୁ ବଡ ବିସ୍ତାର ହୋଇଥିଲା , ଯାହାକୁ ଲିଟିଲ ଆଇସ ଏଜ କୁହାଯାଉଥିଲା । ତା ତୁଳନାରେ ଗ୍ଲେସିୟର କିଛି ଦଶକ ପୂର୍ବରୁ ଦଶ ଗୁଣା ଅଧିକ ବରଫ ତରଳିବାରେ ଲାଗିଛି ।

ପୃଥିବୀର ଉତ୍ତାପ ହେତୁ ହିମାଳୟର ଗ୍ଲେସିୟରଗୁଡିକ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ବ୍ରିଟେନର ଲିଡସ୍ ୟୁନିଭରସିଟିର ବୈଜ୍ଞାନିକମାନେ ଗତ ସୋମବାର ଦିନ, ଜର୍ଣ୍ଣଲ୍‌ ସାଇଣ୍ଟିଫିକ୍ ରିପୋର୍ଟରେ ପ୍ରକାଶିତ ପ୍ରତ୍ରିକାରେ ଦାବି କରିଛନ୍ତି । ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ହିମାଳୟର ତରଳୁଥିବା ଗ୍ଲେସିୟର, ଏସିଆର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜଳ ସଙ୍କଟ ସୃଷ୍ଟି କରିପାରେ।

ବୈଜ୍ଞାନିକଙ୍କ ଅନୁସାରେ ହିମାଳୟ ର ଗ୍ଲେସିୟର ଯେତେବେଳେ ଅଧିକ ବିସ୍ତାର ହୋଇଥିଲା, ତାକୁ ଲିଟିଲ ଆଇସ ଏଜ କୁହାଯାଉଥିଲା । ତା ତୁଳନାରେ ଗ୍ଲେସିୟର କିଛି ବର୍ଷରେ ଦଶ ଗୁଣା ତିବ୍ରଗତିରେ ତରଳିବାର ଲାଗିଛି । ଖାଲି ଏହା ନୁହେଁ ହିମାଳୟର ଗ୍ଲେସିୟର,ଦୁନିଆର ଅନ୍ୟ ଗ୍ଲେସିୟର ର ତୁଳନା ରେ ଅଧିକ ମାତ୍ରାରେ ତରଳିବାରେ ଲାଗିଛି ।
ବୈଜ୍ଞାନିକମାନେ ଦାବି କରିଛନ୍ତି ଲିଟିଲ ଆଇସ ଏଜ ସମୟରେ ପ୍ରାୟ ୧୪,୯୭୮ ଗ୍ଲେସିୟର ର ବରଫ ତରଳି ଯାଇଥିଲା । ତେବେ ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଗଣନା ଅନୁସାରେ ଗ୍ଲେସିୟର ର ପ୍ରାୟ ୪୦ ପ୍ରତିଶତ ଭାଗ ତରଳି ଗଲାଣି । କହିବାକୁ ଗଲେ ୨୮ ହଜାର ସ୍କୋୟାର ରୁ ଏହା ତରଳି ବର୍ତ୍ତମାନ ପ୍ରାୟ ୧୯,୬୦୦ କିମି ସ୍କୋୟାର ରହି ଯାଇଛି । ରିପୋର୍ଟ ଅନୁଯାୟୀ ଗ୍ଲେସିୟର ୩୯୦ କ୍ୟୁବିଲ କିଲୋମିଟ ଓ ୫୮୬ କ୍ୟୁବିଲ କିମି ବର୍ଗ ର ବରଫ ତରଳି ସାରିଛି ।

Picture Credit – Global Citizen

ତିବ୍ର ଭାବେ ବଢୁଛି ସମୁଦ୍ର ର ଜଳ ସ୍ତର:

ଗ୍ଲେସିୟର ତରଳୁଥିବା ନେଇ ପରୀକ୍ଷଣ କରୁଥିବା ବୈଜ୍ଞାନିକ ଓ ସହ ଲେଖକ ଜୋନାଥନ କାରିବିକ କହିଛନ୍ତି ଯେ ଗ୍ଲେସିୟର ତରଳରିବାରେ ସାରା ଦୁନିଆରେ ସମୁଦ୍ର ର ଜଳସ୍ତର ରେ ୦.୯୨ ମିମି ଠାରୁ ଆରମ୍ଭ କରି ୧.୩୮ ମିମି ପର୍ଯ୍ୟନ୍ତ ବଢିଛି ।

ପୂର୍ବ କ୍ଷେତ୍ରରେ ଅଧିକ ଅସୁବିଧା ହୋଇଥିବା ଜଣା ଜାଇଛି :

ରିପୋର୍ଟ ଅନୁସାରେ ପୂର୍ବ କ୍ଷେତ୍ର ରେ ଗ୍ଲେସିୟର କୁ ଅଧିକ ମାତ୍ରାରେ ଅସୁବିଧା ହେଉଛି । ଏଥିରେ ପୂର୍ବ ନେପାଳ ଓ ଉତ୍ତର ଭୂଟାନ ରେ ଗ୍ଲେସିୟରର ପରିସ୍ଥିତି ଖରାପ ରହିଛି । ତେବେ ଏହାର କାରଣ ରହିଛି ଭୌଗଳିକ ବା ବାୟୁମଣ୍ଡଣ କାରଣ ।

ହିମାଳୟ ହେଉଛି ଦୁନିଆର ତୃତୀୟ ବୃହତମ ଗ୍ଲେସିୟର ଘର :

ବୈଜ୍ଞାନିକ ମାନେ କହିଛନ୍ତି ଯେ ହିମାଳୟ ମାଉଣ୍ଟେନ ରେଞ୍ଜ ଦୁନିଆର ତୃତୀୟ ସବୁଠୁ ବଡ ଗ୍ଲେସିୟର ଆଇସ ଘର । ଏହା ପୂର୍ବରୁ ଆଣ୍ଟାର୍କଟିକା ଓ ଆର୍କଟିକ ର ନାମ ଆସୁଛି , ଯାହାକୁ ଥାର୍ଡ ପୋଲ୍‌ ର  ସଂଜ୍ଞା ଦିଆଯାଇଛି । ତେବେ ବରଫ ତରଳିବାର ଏପରି ପରିସ୍ଥିତି ଦୁନିଆ ପାଇଁ ବଡ ବିପଦ ଆଣିପାରେ ବୋଲି ମଧ୍ୟ କୁହାଯାଛି । ଏମିତି ଗ୍ଲେସିୟର ଅଧିକ ମାତ୍ରାରେ ତରଳିବାକୁ ଲାଗିଲେ ଜଳ ସଂକଟ ମଧ୍ୟ ଦେଖାଯିବ । ଖାଲି ସେତିକି ନୁହେଁ ଜଳ ସଂକଟ ଦେଖାଯିବା ଦ୍ୱାରା ଖାଦ୍ୟ ର ମଧ୍ୟ ଅଭାବ ଦେଖାଯିବ । କାରଣ ଖାଦ୍ୟ ଉତ୍ପାଦନ ପାଇଁ ଜଳ ହିଁ ମିଳିବନି । ଏମିତିକି ଚାଷ କାମ କରିବାରେ ମଧ୍ୟ ଅସୁବିଧା ଦେଖାଯିବ । ତେଣୁ ବର୍ତ୍ତମାନ ସମୟ ଥାଉ ଥାଉ ହିଁ ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ କରିବାକୁ ପଡିବ ଓ ପରିବେଶକୁ ସୁଧାରିବାକୁ ପଡିବ । ନଚେତ ଆଗାମୀ ଦିନରେ ମଧ୍ୟ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିବ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

19 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

38 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

46 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago