ବେଙ୍ଗାଲୁରୁ ଇଣ୍ଡିଗୋ ଏୟାରଲାଇନ୍ସ ବିମାନକୁ ଧକ୍କା ଦେଲା ମିନି ବସ୍, ବିମାନବନ୍ଦର ସୁରକ୍ଷା ନେଇ ପ୍ରଶ୍ନବାଚୀ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ କେମ୍ପେଗୌଡା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ । ବିମାନବନ୍ଦରରେ ପାର୍କିଂ ହୋଇଥିବା ଇଣ୍ଡିଗୋ ଏୟାରଲାଇନ୍ସକୁ ଧକ୍କା ଦେଲା ଏକ ମିନି ବସ୍ । ଏପରି ଅଘଟଣ ଶୁକ୍ରବାର ଦିନ ଘଟିଥିବା ସୂଚନା ମିଳିଛି । ଏହି ଅଘଟଣରେ କେହି ଆହତ ହୋଇନାହାନ୍ତି କିନ୍ତୁ  ମିନି ବସର ଛାତ କ୍ଷତିଗ୍ରସ୍ତ ହୋଇଛି । ବିମାନବନ୍ଦରରେ ସୁରକ୍ଷା ଅବହେଳା ଯୋଗୁଁ ଏପରି ଘଟଣା ସାମ୍ନାକୁ ଆସିଛି । ଯାହାଦ୍ବାରା ବିମାନବନ୍ଦର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାନୁଯାୟୀ, ୧୮ ଏପ୍ରିଲ ପ୍ରାୟ ୧୨.୧୫ ମିନିଟ୍ ସମୟରେ ପାର୍କିଂରେ ଇଣ୍ଡିଗୋ ବିମାନସହ ମିନି ବସ୍ ଧକ୍କା ହୋଇଥିଲା  । ବିମାନଟି ପାର୍କିଂରେ ଥିବାବେଳେ ବସ୍ ଆସି ଧକ୍କା ଦେଇଥିଲା । ବିମାନଟି କେମ୍ପେଗୌଡା ରନୱେରେ ଠିଆ ହୋଇଥିବା ସମୟରେ ମିନି ବସଟି ବିମାନର ଅଣ୍ଡରକ୍ୟାରେଜକୁ ଧକ୍କା ଦେଇଥିଲା । ଫଳରେ ବସଟିର ଛାତ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହା ମଧ୍ୟ କୁହାଯାଇଛି ଯେ, ସମ୍ବନ୍ଧୀୟ ପକ୍ଷ ସହିତ ସମନ୍ବୟ ରଖି ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା । ଏହା ସହିତ ଯାତ୍ରୀ ଏବଂବିମାନବନ୍ଦର କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବପ୍ରଥମ ପ୍ରଥମିକତା ବୋଲି ଏୟାର ପୋର୍ଟର କର୍ତ୍ତୁପକ୍ଷଙ୍କ ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଏହି ମାମଲା ସମ୍ପର୍କରେ ମଧ୍ୟ ଇଣ୍ଡିଗୋ ଏୟାରଲାଇନ୍ସ  ଅବଗତ କିରିଛି । ଏକ ବିବୃତ୍ତିରେ ଏୟାରଲାଇନ୍ସ କହିଛି ଯେ, ଆମେ ବେଙ୍ଗାଲୁରୁ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ପାର୍କିଂହୋଇଥିବାବେଳେ ଏକ ଅନ୍ୟ ଯାନ ସହିତ ହୋଇଥିବା ଘଟଣାକୁ ଅବଗତ କରିଛି । ବର୍ତ୍ତମାନ କିନ୍ତୁ ଏହି ମାମଲାର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି । ଆବଶ୍ୟକ ଅନୁଯାୟୀ ଏହି ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି ।

 

Aso Read : ଦିଲ୍ଲୀ ବିମାନବନ୍ଦରର ପରିଚାଳନାକୁ ନେଇ କଡ଼ା ନିନ୍ଦା କଲେ ଜମ୍ମୁ ମୁଖ୍ୟମନ୍ତ୍ରୀ