କର୍ଣ୍ଣାଟକର ମନ୍ତ୍ରୀ ଏମ ସୁରେଶ କୁମାର ସ୍ତ୍ରୀ ସହ ମିଶି ରାସ୍ତା ଝାଡୁ କଲେ, ଫଟୋ ସେୟାର କରି ଏମିତି ଧନ୍ୟବାଦ ଜଣାଇଲେ ନଗର ପାଳିକା କମିଶନର

ମନ୍ତ୍ରୀ କଲେ ରାସ୍ତା ସଫା କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ଏମ ସୁରେଶ କୁମାର ନିଜ ସ୍ତ୍ରୀଙ୍କ ସହ ମିଶି ଘର ପାଖ ରାସ୍ତାକୁ ଝାଡୁ କରୁଥିବା ନଜର ଆସିଛନ୍ତି। ଦୁଇଜଣଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ବେଙ୍ଗାଲୁର ମହାନଗର ପାଳିକାର କମିଶନର ବିଏଚ ଅନିଲ କୁମାର ଏହି ଫଟୋକୁ ସେୟାର କରି ନିଜ ତରଫରୁ ଧନ୍ୟବାଦ ଜଣାଇଛନ୍ତି।

କହି ରଖୁଛୁ, କରୋନା ଭାଇରସର ମହାସଙ୍କଟ ସମୟରେ ଏମିତି କିଛି ଲୋକ ସାମ୍ନାକୁ ଆସିଛନ୍ତି, ଯେଉଁମାନେ ସମାଜ ପାଇଁ କିଛି ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଏ ନିଜ ଘରୁ ଆଣି ଲୋକଙ୍କୁ ଖାଦ୍ୟ ଖୁଆଉଛି ତ ଆଉ କିଏ ନିଜ ଜମା ପୁଞ୍ଜିକୁ ସରକାରଙ୍କୁ ଦାନ ଦେଇଛି। ଅନେକ ଲୋକ ଏଭଳି ସ୍ଥିତିରେ ସହାୟତାର ହାତ ବଢ଼ାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.