ମନ୍ତ୍ରୀ କହିଲେ ମୋ ଗାମୁଛା ମାସ୍କ ଠାରୁ ବି ଅଧିକ ଶକ୍ତିଶାଳୀ

ମଧ୍ୟପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ହେଉଛନ୍ତି ଉଷା ଠାକୁର । ଜଣେ ଫାୟାର ବ୍ରାଣ୍ଡ ନେତ୍ରୀ ଭାବେ ଜଣାଶୁଣା ଏହି ବିଜେପି ନେତ୍ରୀ । ତେବେ ଏଇ କରୋନା କାଳରେ ସେ କେବେବି ମାସ୍କ ବ୍ୟବହାର କରନ୍ତି ନାହିଁ । ଏନେଇ ତାଙ୍କୁ ସାମ୍ବାଦିକମାନେ ପଚାରିବାରୁ ଉଷା ତାଙ୍କ ମୁହଁରେ ଗୁଡ଼ା ହୋଇଥିବା ଗାମୁଛାକୁ ଦୋଇ ଦେଲେ । ଆଉ କହିଲେ, ମୋ ଗାମୁଛା ଆଗରେ ତୁମ ମାସ୍କ କିଛି ବି ନୁହେଁ । ଏହା ମାସ୍କ ଠାରୁ ଚାରିଗୁଣ ଅଧିକ ଶକ୍ତିଶଳୀ ।

ଆହୁରି ମଧ୍ୟ ମନ୍ତ୍ରୀ ଉଷା ଠାକୁର କହିଛନ୍ତି କି ମୁଁ ଗତ ୩୦ ବର୍ଷ ହେଲା ସୁର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଅଗ୍ନିହୋତ୍ର କରୁଛି । ତେଣୁ ମୋର ରୋଗ ପ୍ରତିରୋଧକ ଶକ୍ତି ବହୁତ ଅଧିକ । ଆଜି ସେ ମଧ୍ୟ ପ୍ରଦେଶର ଖାଣ୍ଡଓ୍ଵା ଅଞ୍ଚଳକୁ ଗସ୍ତରେ ଯାଇଥିବା ବେଳେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏକଥା କହିଥିଲେ । ପୂର୍ବରୁ ଉଷା କୌଣସି ବି ସାର୍ବଜନିକ ସାଧାରଣ ସଭାରେ ମଧ୍ୟ ମାସ୍କ ପରିଧାନ କରନ୍ତି ନାହିଁ । ତେଣୁ ତାଙ୍କୁ ଏଥିପାଇଁ ସମାଲୋଚନା ମଧ୍ୟ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.