ଆସନ୍ତା ୯ରୁ ୧୨ ତାରିଖ ମଧ୍ୟରେ ହୋଇପାରେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ
ଆସନ୍ତା ୯ରୁ ୧୨ ତାରିଖ ମଧ୍ୟରେ ହୋଇପାରେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ । ବାଦ୍ ପଡ଼ିପାରନ୍ତି ୧୫ରୁ ଅଧିକ ମନ୍ତ୍ରୀ । କିଛି ମନ୍ତ୍ରୀଙ୍କର ବିଭାଗ ବଦଳିବା ସହ କିଛି ମନ୍ତ୍ରୀଙ୍କୁ ପଦୋନ୍ନତି ମିଳିପାରେ । ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମ୍ରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏସବୁ ରାଜ୍ୟକୁ ଅଧିକ ମନ୍ତ୍ରୀପଦ ମିଳିପାରେ ।
ଆସନ୍ତା ୯ରୁ ୧୨ ତାରିଖ ମଧ୍ୟରେ ହୋଇପାରେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ । ୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ରହୁନାହାନ୍ତି । ୭ ତାରିଖରେ ଗୀତା ପ୍ରେସର କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୋରଖପୁର ଯିବେ ମୋଦି । ୮ ତାରିଖରେ ବି ଦିଲ୍ଲୀ ବାହାରେ ରହିବେ ପ୍ରଧାନମନ୍ତ୍ରୀ । ୧୩ ଜୁଲାଇରୁ ମୋଦିଙ୍କ ଫ୍ରାନସ ଗସ୍ତ । ତେଣୁ ୯ରୁ ୧୨ ତାରିଖ ମଧ୍ୟରେ ନୂଆ ମନ୍ତ୍ରିମଣ୍ଡଳ ସଂପ୍ରସାରଣର ଅଧିକ ସମ୍ଭାବନା ରହିଛି ।
ବାଦ୍ ପଡ଼ିପାରନ୍ତି ୧୫ରୁ ଅଧିକ ମନ୍ତ୍ରୀ । କିଛି ମନ୍ତ୍ରୀଙ୍କର ବିଭାଗ ବଦଳିବା ସହ କିଛି ମନ୍ତ୍ରୀଙ୍କୁ ପଦୋନ୍ନତି ମିଳିପାରେ । ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମ୍ରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏସବୁ ରାଜ୍ୟକୁ ଅଧିକ ମନ୍ତ୍ରୀପଦ ମିଳିପାରେ ।
ତେବେ ଡେଞ୍ଜର ଜୋନ୍ରେ ଅଛନ୍ତି ଗୁଜରାଟ ଓ ଉତ୍ତରପ୍ରଦେଶର କିଛି ମନ୍ତ୍ରୀ । ନୂଆ ମନ୍ତ୍ରିମଣ୍ଡଳ ଲିଷ୍ଟ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ତାଙ୍କୁ ସଙ୍ଗଠନର ବଡ଼ ଦାୟିତ୍ୱ ମିଳିପାରେ । ତାଙ୍କୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ କିମ୍ବା ସଂଗଠନରେ ଗୁରୁ ଦାୟିତ୍ୱ ଦିଆଯାଇପାରେ । ୨୦୧୯ ନିର୍ବାଚନ ପୂର୍ବରୁ ଜେ ପି ନଡ୍ଡାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା ।
ତାଙ୍କୁ ଉତ୍ତରପ୍ରଦେଶର ବିଜେପି ସଂଗଠନ ଦାୟିତ୍ୱ ମିଳିଥିଲା । ନିର୍ବାଚନ ପରେ ନଡ୍ଡାଙ୍କୁ ଦଳର ସଭାପତି କରାଯାଇଥିଲା । କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ପରେ ଓଡ଼ିଶାରୁ କିଏ ହେବେ କେନ୍ଦ୍ର ମନ୍ତ୍ରୀ ? ଚର୍ଚ୍ଚାରେ ଜୁଏଲ ଓରାମ, ସଙ୍ଗୀତା ସିଂହଦେଓ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡାଙ୍କ ନାଁ ରହିଛି । ସେହିଭଳି ଅଶ୍ୱିନୀ ବୈଷ୍ଣବଙ୍କ ପାଖରେ ରେଳ ବିଭାଗ ରହିବ କି ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର ।
ଡେଞ୍ଜର ଜୋନ୍ ତାଲିକାରେ ଅଛନ୍ତି ଗୁଜରାଟର ତିନି ମନ୍ତ୍ରୀ ମନସୁଖ ମାଣ୍ଡଭିୟ, ପରୋଷତ୍ତମ ରୂପାଲା, ଦର୍ଶନା ଜରଦୋଷ । ସେହିଭଳି ଉତ୍ତରପ୍ରଦେଶରୁ ମଧ୍ୟ କିଛି ମନ୍ତ୍ରୀଙ୍କ ଛୁଟି ହୋଇପାରେ । ମୋଦିଙ୍କ କ୍ୟାବିନେଟରେ ଏବେ ଉତ୍ତରପ୍ରଦେଶରୁ ଅଛନ୍ତି ୧୬ ମନ୍ତ୍ରୀ ।
ମୋଟ ୧୫ ଜଣ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କ ଟିମ୍ରୁ ବାଦ୍ ଦେଇପାରନ୍ତି । ସମ୍ପ୍ରସାରଣ ବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମ୍ ଅଧିକ ଫୋକସରେ ରହିବ । ଆଗକୁ ଏହି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । ମନ୍ତ୍ରିମଣ୍ଡଳରେ ଯେଉଁମାନଙ୍କୁ ସାମିଲ କରାଯିବ, ସେମାନଙ୍କ ମଧ୍ୟ ବିଜେପି ସହଯୋଗୀ ଦଳର ନେତା ରହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ ଏବେ ୭୫ ମନ୍ତ୍ରୀ ଅଛନ୍ତି । ମନ୍ତ୍ରିମଣ୍ଡଳରେ ସର୍ବାଧିକ ୮୧ ଜଣ ମନ୍ତ୍ରୀ ରହିପାରିବେ । ଜୁଲାଇ ୨୦୨୧ରେ ଶେଷଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କରିଥିଲେ । ସେତେବେଳ ବାଦ୍ ପଡିଥିଲେ ୧୨ ଜଣ ମନ୍ତ୍ରୀ। ୧୭ ଜଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ ମୋଦି ।
କେଉଁ ରାଜ୍ୟରୁ କେତେ ଜଣ ମନ୍ତ୍ରୀ ହେବେ, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । ମନ୍ତ୍ରି ମଣ୍ଡଳ ଅଦଳବଦଳ ଏଥିରେ ଦେଖିବାକୁ ମିଳିବ ୨୦୨୪ ନିର୍ବାଚନର ଛାପ । ଏହାପୂର୍ବରୁ ୪ ରାଜ୍ୟର ତେଲେଙ୍ଗାନା, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡର ବିଜେପି ମୁଖିଆ ବଦଳିଛନ୍ତି । ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ ତେଲେଙ୍ଗାନର ବିଜେପି ସଭାପତି ଭାବେ ନିଯୁକ୍ତି ମିଳିଛି । ଯାହାକି ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।