ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ମନ୍ତ୍ରୀଙ୍କ ପୁଅ ! ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ । ଆନ୍ଦୋଳନକାରୀ ଚାଷୀଙ୍କ ଉପରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ଚଢ଼ାଇ ଦେବା ପରେ ଉତ୍ତେଜନା ସୃଷ୍ଟି ହୋଇଛି । ଗାଡ଼ି ଚଢ଼ାଇ ଦେବାରୁ ୩ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ଭାରତୀୟ କିଷାନ ୟୁନିୟନ କହିଥିଲା। ଅନ୍ୟ ୮ ଜଣ ଗୁରୁତର ହୋଇଥିଲେ। ତେବେ ପୋଲିସ କହିଛି, ୮ ଜଣଙ୍କ ମୃତ୍ୟୁ ହୋଇଛି । ୪ ଜଣ ଚାଷୀ ଓ ଅନ୍ୟ ୪ ଜଣ ଗାଡ଼ିରେ ଥିଲେ । ଯେଉଁ ଗାଡ଼ିକୁ ଜାଳି ଦେଇଥିଲେ ଚାଷୀ ।

ମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢ଼ାଇ ଦେବା ପରେ ଉତ୍ତ୍ୟକ୍ତ ଚାଷୀ ୩ଟି କାର୍‌କୁ ଜାଳି ଦେଇଥିଲେ । ସେଥିରେ ଥିଲା ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ କାର । ଏହି ଘଟଣା ପରେ ଲକ୍ଷ୍ମୀପୁରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ବହୁ ସଂଖ୍ୟାରେ ଚାଷୀ ଏକାଠି ହୋଇଛନ୍ତି । ଏହାର ପ୍ରତିବାଦରେ ସାରା ଦେଶରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅଫିସ ଘେରାଉ କରିବାକୁ ସବୁ ଚାଷୀ ସଂଗଠନଙ୍କୁ ଆହ୍ଵାନ ଦେଇଛି ଚାଷୀ ସଂଗଠନ। ମନ୍ତ୍ରୀଙ୍କ ପୁଅ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ଦାବି କରିଛନ୍ତି ଚାଷୀ । ଲକ୍ଷ୍ମୀପୁର ଖେରି ଏବେ ପୋଲିସ ଛାଉଣୀରେ ପରିଣତ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଲକ୍ଷ୍ମୀପୁର ସମେତ ଏହାର ପାଖ ଜିଲ୍ଲା ଗୁଡ଼ିକରେ ବି ହାଇ ଆଲର୍ଟ। ମନ୍ତ୍ରୀଙ୍କ ପୁଅ ଟିକୁନିଆରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଯୋଗ ଦେବାର ଥିଲା । କେଶବ ପ୍ରସାଦଙ୍କୁ କଳପତାକା ପ୍ରଦର୍ଶନ ପାଇଁ ଯୋଜନା କରିଥିଲେ ଚାଷୀ । କେଶବ ପ୍ରସାଦ ମୌର୍ଯ୍ୟଙ୍କ ପାଖକୁ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଯିବା ବେଳେ ତାଙ୍କ ଗାଡ଼ି ଆଗକୁ ଆସି ପ୍ରତିବାଦ କରିଥିଲେ ଚାଷୀ । ଏତିକି ବେଳେ ସେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ । ଏହି ଘଟଣାକୁ ଉତ୍ତର ପ୍ରଦେଶରେ ତୀବ୍ର ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.