ଭାରତ-ପାକ ଉତ୍ତେଜନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ, ମେଡିକାଲ୍ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି ମନା

ଭାରତ-ପାକ ଉତ୍ତେଜନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ କରିଛି । ଏ ନେଇ ମନ୍ତ୍ରାଳୟ ପକ୍ଷରୁ ସର୍କୁଲାର୍ ଜାରି ହୋଇଛି। ମେଡିକାଲ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି ବାତିଲ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଛୁଟି ବାତିଲ ରହିବ । ଛୁଟି ମଞ୍ଜୁର ହୋଇଥିଲେ ବାତିଲ ସହ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଅପରେଶନ ‘ସିନ୍ଦୂର’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହା ସହିତ ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା, ପାକିସ୍ତାନୀ କୂଟନୀତିଜ୍ଞମାନଙ୍କୁ ନିର୍ବାସନ ଦେବା ଏବଂ ସୀମାନ୍ତ ବନ୍ଦ କରିବା ଭଳି କଠୋର ପଦକ୍ଷେପ ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ଗୃହ ମନ୍ତ୍ରଣାଳୟ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଏବଂ ନାଗରିକମାନଙ୍କୁ ସମ୍ଭାବ୍ୟ ବିପଦ ପାଇଁ ପ୍ରସ୍ତୁତ ରଖିବାକୁ ଏହି ନିର୍ଦ୍ଦେଶ ଜାରି କରିଛି ।
ଅନ୍ୟପଟେ ଅପରେସନ ସିନ୍ଦୂର ପରେ ବିଚଳିତ ହୋଇଯାଇଛି ପାକିସ୍ତାନ । ସୀମାବର୍ତ୍ତୀ ଗାଁଗୁଡ଼ିକୁ ଟାର୍ଗେଟ କରୁଛି ପାକିସ୍ତାନୀ ସେନା । ଜମ୍ମୁ ସମେତ ସୀମା ନିକଟରେ ଥିବା ଗାଁରେ ଗୁଳିଗୋଳା ଓ ମୋର୍ଟାର ମାଡ଼ କରୁଛି ପାକିସ୍ତାନ । ଏଥିସହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଛି । ଅନ୍ୟପଟେ ସତର୍କ ରହିଛି ଭାରତୀୟ ସେନା । ପାକିସ୍ତାନକୁ କଡ଼ା ଜବାବ ଦିଆଯାଉଛି ।
ଆହୁରି ପଢ଼ନ୍ତୁ : ମେ’ ୧୪ ଯାଏଁ ୩୨ ବିମାନବନ୍ଦର ବନ୍ଦ, ଯାତ୍ରୀଙ୍କ ପାଇଁ ନୂଆ ଆଡଭାଇଜରି ଜାରି