କେନ୍ଦ୍ରସରକାର  ଜାରି  କଲେ ଅନ୍‌ଲକ୍-୪ ଗାଇଡଲାଇନ୍, ଜାଣନ୍ତୁ କଣ ଖୋଲିଲା କଣ ବନ୍ଦ ରହିବ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରସରକାର  ଜାରି  କଲେ ଅନ୍‌ଲକ୍-୪ ଗାଇଡଲାଇନ୍। ଅଗଷ୍ଟ ୩୧ ତାରିଖରୁ ଅନ୍‌ଲକ୍‌-୩ର ସମୟ ସୀମା ଶେଷ ହେଉଥିବାରୁ ଏହାକୁ ଦ୍‌ଷ୍ଟିରେ ରଖି କେନ୍ଦ୍ର ଗୃହ ଗୃହମନ୍ତ୍ରାଳୟ ଅନ୍‌ଲକ୍‌-୪ର ଗାଇଡଲାଇନ୍‌ ଜାରି କରିଛି। ତେବେ ସବୁଠାରୁ ଗରୁତ୍ବପୂର୍ଣ୍ଣ କଥା ହେଉଛି ଯେ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଏହି ଅନଲକ-୪ ଗାଇଡଲାଇନ କାର୍ଯ୍ୟ କରିବ ନାହିଁ। ତେବେ ଏହି ଗାଇଡ ଲାଇନରେ  କଣ କଣ ଖୋଲିବା ପାଇଁ ଅନୁମତି ମିଳିଛି ଆସନ୍ତୁ ଜାଣିବା

୧. ପୂର୍ବଭଳି ବାର, ଜିମ୍‌, ସିନେମା ହଲ ଓ ସୁମିଂପୁଲ ବନ୍ଦ ରହିବ କିନ୍ତୁ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବ।
୨. ସେପ୍ଟେମ୍ବର ୨୧ରୁ ମନୋରଞ୍ଜନ, ରାଜନୈତିକ, କ୍ରୀଡା, ସାଂସ୍କୃତିକ ଓ ଧର୍ମୀୟ ଭଳି ସାଧାରଣ ସମାବେଶକୁ ଅନୁମତି ଦିଆଯାଇଛି। ତେବେ ଏଭଳି ସମାବେଶରେ ୧୦୦ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ।
୪. ସେପ୍ଟେମ୍ବର ୭ରୁ ମେଟ୍ରୋ ରେଳ ଟ୍ରେନ୍‌ ଚାଲିବ। ମେଟ୍ରୋ ଟ୍ରେନ୍‌ ଚଳାଚଳ ପାଇଁ ଏସ୍‌ଓପି ଜାରି ହେବ।
୫. ସେପ୍ଟେମ୍ବର ୩୦ ଯାଏଁ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
୬. ଶିକ୍ଷକଙ୍କ ଠାରୁ ପାଠ ବୁଝିବା ପାଇଁ ସ୍କୁଲ ଯାଇପାରିବେ ନବମ ଓ ଦ୍ୱାଦଶ ଛାତ୍ରଛାତ୍ରୀ। ତେବେ ସ୍କୁଲ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଦରକାର।
୭. ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆସିବେ।
୮. ପୂର୍ବଭଳି ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିବ।
୯. ଆଇଟିଆଇର ଓ ଅନ୍ୟ ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଟ୍ରେନିଂ ଦେବା ପାଇଁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.