ପହଲଗାମ ଆକ୍ରମଣ ପରେ ମିଡିଆ ଉପରେ ବାରଣ, ସମ୍ବେଦନଶୀଳ ତଥା ସୁରକ୍ଷା କର୍ମୀଙ୍କ ଗତିବିଧି ପ୍ରସାରଣକୁ ମନା

ପହଲଗାମ ଆକ୍ରମଣ ପରେ ଭାରତୀୟ ସେନାର ବଡ଼ ସର୍ଚ୍ଚ ଅପରେସନ ଜାରି ରହିଛି । ଏହାରି ମଧ୍ୟରେ ମିଡିଆ ପ୍ରସାରଣ ଉପରେ କଟକଣା ଲଗାଇଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ । ପହଲଗାମ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଗଣମାଧ୍ୟମ ଚ୍ୟାନେଲ ପାଇଁ ଏକ ପରାମର୍ଶ ଜାରି କରିଛି । ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପରାମର୍ଶଦାତା ଜାରି କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କୁହାଯାଇଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି ପରାମର୍ଶ ଜାରି କରାଯାଇଛି। ଜାତୀୟ ସୁରକ୍ଷା ସ୍ୱାର୍ଥରେ, ସୁରକ୍ଷା ବାହିନୀର ପ୍ରତିରକ୍ଷା ଅଭିଯାନ ଏବଂ କାର୍ଯ୍ୟକଳାପକୁ ସିଧା ପ୍ରସାରଣ କରନ୍ତୁ ନାହିଁ ।
ଜାରି ହୋଇଥିବା ଆଡଭାଇଜରି ମୁତାବକ, ପ୍ରତିରକ୍ଷା ସଂପର୍କିତ ଖବର ପ୍ରସାରଣ କରିବାକୁ ବାରଣ କରାଯାଇଛି । ସେନାବାହିନୀ ତଥା ସୁରକ୍ଷା କର୍ମୀଙ୍କ ଗତିବିଧି ପ୍ରସାରଣକୁ ମନା କରାଯାଇଛି । ସମ୍ବେଦନଶୀଳ ଖବର ପ୍ରସାରଣକୁ ବାରଣ କରାଯାଇଛି । ଜାତୀୟ ସ୍ବାର୍ଥକୁ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ୟୁଜର୍ସମାନେ ପ୍ରତିରକ୍ଷା ସମ୍ବନ୍ଧୀୟ ଅଭିଯାନ ବେଳେ ଧ୍ୟାନର ସହିତ ରିପୋର୍ଟଂ କରିବା ସହ ଆଇନ ଓ ନିୟମକୁ ପାଳନ କରିବା ଦରକାର । ସେନା ଅପରେସନ ବେଳେ କୌଣସି ରିୟଲ ଟାଇମ୍ କଭରେଜ୍ କିମ୍ବା ଲାଇଭ୍ ଦୃଶ୍ୟ ପ୍ରସାରଣ ବା ସୂତ୍ରରୁ ଆଧାରିତ ସୂଚନା ଉପରେ ରିପୋର୍ଟିଂ ନହେବା ଉଚିତ୍ ।
Ministry of Information and Broadcasting issues advisory to all Media channels to refrain from showing live coverage of defence operations and movement of security forces in the interest of national security
“In the interest of national security, all media platforms, news… pic.twitter.com/AASdtbFgTd
— ANI (@ANI) April 26, 2025
Also Read : ନିରପେକ୍ଷ ତଦନ୍ତ ପାଇଁ ଭାରତକୁ ପ୍ରସ୍ତାବ ଦେଲେ ପାକ୍ ପ୍ରଧାନମନ୍ତ୍ରୀ ସେହବାଜ ସରିଫ, ସମସ୍ତ ସହଯୋଗ କରିବାକୁ…