ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିସ୍ତାର ସୋମବାର ଶେଷ ହୋଇଥିବା ବେଳେ ଏନ୍ସିପି ନେତା ଅଜିତ ପାଓ୍ଵାର ବନିଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ। ଏଥିସହ ଅନ୍ୟ ୩୫ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଇତି ମଧ୍ୟରେ ମୁମ୍ବାଇରେ ମନ୍ତ୍ରଣାଳୟ ପରିସରରେ ସମସ୍ତ ମନ୍ତ୍ରୀଙ୍କୁ ଅଫିସ ଦେବା କାମ ମଧ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ମନ୍ତ୍ରଣାଳୟ ବିଲ୍ଡିଂରେ ଏକ ଏଭଳି କ୍ୟାବିନ୍ ରହିଛି ଯେଉଁଠାରେ କେହି ବସିବାକୁ ରାଜି ହେଉନାହାନ୍ତି।
ରିପୋର୍ଟ ମୁତାବକ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଠିକ୍ ସାମ୍ନାରେ ଷଷ୍ଠ ମହଲାରେ କ୍ୟାବିନ୍ ନମ୍ବର ୬୦୨ ରହିଛି। ୩୦୦୦ ବର୍ଗ ଫୁଟ ବିଶିଷ୍ଟ ଏହି କ୍ୟାବିନ୍ରେ କୌଣସି ମନ୍ତ୍ରୀ ବସିବାକୁ ରାଜି ହେଉନଥିବା ଜଣାଯାଇଛି। ପୂର୍ବରୁ ଏହି ଅଫିସକୁ ମହାରାଷ୍ଟ୍ରର ଶାସନର ପାଓ୍ଵାର ହାଉସ୍ କୁହାଯାଉଥିଲା। ଏଠାରେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ମନ୍ତ୍ରୀ ଓ ମୁଖ୍ୟ ସଚିବ ବସୁଥିଲେ। କିନ୍ତୁ ଏବେ ଏହି କ୍ୟାବିନ୍ ନେବାକୁ କେହି ଇଚ୍ଛା ପ୍ରକାଶ କରୁନାହାନ୍ତି। ଏଥକର ମଧ୍ୟ କେହି ଏ କ୍ୟାବିନ୍ ନେବାକୁ ଚାହିଁନାହାନ୍ତି। ଏହାର କାରଣ ହେଉଛି ଅନ୍ଧ ବିଶ୍ୱାସ।
କୁହାଯାଉଛି ଯେ ଏହି କ୍ୟାବିନ୍ ମହାରାଷ୍ଟ୍ରର ନେତାଙ୍କ ପାଇଁ ଅଶୁଭ। ଏହି କ୍ୟାବିନ୍ରେ ବସୁଥିବା ତିନିଜଣ ମନ୍ତ୍ରୀ ନିଜ କାର୍ଯ୍ୟକାଳ ଶେଷ କରିପାରିନଥିଲେ। କିଏ ହାରି ଯାଇଥିଲା ତ ଆଉ କାହାର ମୃତ୍ୟୁ ଘଟିଥିଲା। ସୋମବାର ଅଜିତ୍ ପାଓ୍ଵାର ମଧ୍ୟ ଏହି କ୍ୟାବିନ୍ ନେବାକୁ ମନା କରିଦେଇଥିବା ଜଣାଯାଇଛି।