ନାବାଳକକୁ ଦୁଷ୍କର୍ମ ଅଭିଯୋଗରେ ଯୁବତୀ ଗିରଫ, ଏବେ କୋର୍ଟଙ୍କ ରାୟକୁ ଅପେକ୍ଷା

ଏ ଅଜବ ଦୁନିଆରେ ସବୁ ବେଳେ କିଛି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟି ଚାଲିଛି । ଆଉ ଏସବୁ ଘଟଣା ସେଇ ମଣିଷ ହିଁ ଘଟାଇ ଚାଲିଛି । ଆସନ୍ତୁ ଜାଣିବା ଆମ ଦେଶରେ ଘଟିଥିବା ଏକ ଘଟଣା ସମ୍ପର୍କରେ । ଛତିଶଗଡ଼ର ଯଶପୁର ଜିଲ୍ଲାରେ ଏମିତି ଏକ ମାମଲା ଘଟିଛି ଯାହା ସମସ୍ତଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିଦେବ । ପୋଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଏଭଳି ଯେ ସମସ୍ତେ ଶୁଣିଲା ମାତ୍ର ଚମକି ପଡ଼ିବେ । ଜଣେ ୨୨ ବର୍ଷ ବୟସର ଯୁବତୀ ଗୋଟିଏ ୧୭ ବର୍ଷର ନାବାଳକକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଯୁବତୀ ଜଣକ ମଧ୍ୟପ୍ରଦେଶର ଏକ ଇଟାଭାଟି ଭିତରକୁ ନେଇ ଦୁଷ୍କର୍ମ କରିଛି । ନାବାଳକର ବାପା ଏକଥା ଜାଣିବା ପରେ ପୋଲିସ୍‌ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ୍‌ ଯୁବତୀ ଜଣକୁ ଗିରଫ କରିଛି ।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି କି ଘଟଣା ଘଟିଥିଲା ୨୨୧ ମସିହା ନଭେମ୍ବର ମାସରେ । ଆଉ ନାବାଳକର ବାପା ଗତ ୨୮ ତାରିଖ ଦିନ ଥାନାରେ ରିପୋର୍ଟ ଲେଖାଇଛନ୍ତି ।

ନାବାଳକର ବାପା ଦେଇଥିବା ଏଫ୍‌ଆାଇଆରରେ ଲେଖା ଯାଇଛି କି ଗତ ବର୍ଷ ନଭେମ୍ବର ୮ ତାରିଖ ଦିନ ତାଙ୍କ ପୁଅ ନିଖୋଜ ହୋଇଗଲା । ପୁଅକୁ କେହି ଜଣେ ଫୁସୁଲାଇ ସାଙ୍ଗରେ ନେଇ ଯାଇଛି ବୋଲି ସେ ଥାନାରେ ସେତେବେଳେ ଅଭିଯୋଗ କରିଥିଲେ ତାର ବାପା । ସେହିପରି ନାବାଳକ ପୁଅଟି କହିଛି କି ତାକୁ ଯୁବତୀ ଜଣକ ମଧ୍ୟପ୍ରଦେଶର ଗୋଟିଏ ଇଟାଭାଟିକୁ ନେଇ ଯାଇ ସେଠାରେ ଅଟକ ରଖିଥିଲା । ଆଉ ତା ସହିତ ଦୁଷ୍କର୍ମ କରୁଥିଲା । ଆଉ ଯେତେବେଳେ ସେ ସମ୍ପର୍କ ରଖିବାକୁ ମନା କରିଦେଲା ତ ଜୁହି ନାମକ ଏହି ଯୁବତୀ ତାକୁ ମାଡ଼ ମାରିଲା ।
ନାବାଳକ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ୍‌ ଜୁହିକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ଯୁବତୀ ଜଣକ ଏବେ ବିଚାର ବିଭାଗ ହାଜତରେ ଅଛି । ଏହି ମାମଲାରେ ବିଚାରପତି କଣ ରାୟ ଶୁଣାଉଛନ୍ତି, ତାକୁ ଅପେକ୍ଷା କରିଛନ୍ତି ସମସ୍ତେ ।
ଇଟାଭାଟିରେ ଅଟକ ରଖି ନାବାଳକକୁ ଦୁଷ୍କର୍ମ କଲା ଯୁବତୀ

Leave A Reply

Your email address will not be published.