ମହାରାଷ୍ଟ୍ରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ; ରାତିରୁ ସକାଳ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରି ଚାଲିଲେ ୮ ଅଭିଯୁକ୍ତ

ମହାରାଷ୍ଟ୍ରର ପାଲଘରରେ ନାବାଳିକା ଝିଅ ସହିତ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ପୋଲିସ ଅନୁସାରେ, ଅଭିଯୁକ୍ତମାନେ ୧୬ ବର୍ଷୀୟା ଜଣେ ନାବାଳିକାଙ୍କ ସହ ୧୨ ଘଣ୍ଟା ଧରି ଗଣଦୁଷ୍କର୍ମ କରିଛନ୍ତି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି, ଏହି ଘଟଣାରେ ମୋଟ ୮ ଜଣ ଯୁବକ ସମ୍ପୃକ୍ତ ଅଛନ୍ତି।

ପୀଡ଼ିତା ନିଜ ବୟାନରେ ପୋଲିସକୁ କହିଛି ଯେ ତାଙ୍କୁ ପ୍ରଥମେ ଜଣେ ଯୁବକ ଲୋଭ ଦେଖାଇ ଭେଟିବାକୁ ଡାକିଥିଲେ। ଯେମିତି ସେ ତାଙ୍କୁ ଭେଟିଥିଲେ, ତ ଯୁବକ ଜଣକ ଏକ ଖାଲି ବଙ୍ଗଳାକୁ ତାଙ୍କୁ ନେଇ ଯାଇଥିଲେ।

ପୀଡ଼ିତାଙ୍କୁ ଏକ ଶୂନ୍‌ଶାନ ବଙ୍ଗଳାକୁ ନେଇଯିବା ପରେ ଅଭିଯୁକ୍ତ ନିଜର ଅନ୍ୟ ସାଙ୍ଗମାନଙ୍କୁ ଡାକିଥିଲେ ଏବଂ ସେଠାରେ ସମସ୍ତେ ମିଶି ଜଣଙ୍କ ପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ସକାଳ ପର୍ଯ୍ୟନ୍ତ ଏହି କାଣ୍ଡ ଘଟାଇ ଚାଲିଥିଲେ।

ପୋଲିସ ପୀଡ଼ିତାଙ୍କ ଅଭିଯୋଗକ୍ରମେ ଏ ନେଇ ଏକ ମାମଲା ରୁଜୁ କରିଛି। ଅଭିଯୋଗ ମୁତାବକ, ଅଭିଯୁକ୍ତମାନେ ନାବାଳିକାଙ୍କ ସହିତ ରାତି ୮ଟାରୁ ଗଣଦୁଷ୍କର୍ମ ଆରମ୍ଭ କରି ପରଦିନ ସକାଳ ୧୧ଟା ପର୍ଯ୍ୟନ୍ତ ଜାରି ରଖିଥିଲେ। ପୀଡ଼ିତାଙ୍କ କହିବା ହେଲା, ପରଦିନ ଅଭିଯୁକ୍ତ ତାଙ୍କୁ ନିଛାଟିଆ ସମୁଦ୍ର କୂଳକୁ ମଧ୍ୟ ନେଇ ଯାଇଥିଲେ ଏବଂ ସେଠାରେ ବି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ।

ଏହି ମାମଲାରେ ପୋଲିସ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ସମସ୍ତ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ କରୁଥିବା ସହ ସମସ୍ତ ଅଭିଯୁକ୍ତଙ୍କର ବୟାନ ମଧ୍ୟ ରେକର୍ଡ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.