ପ୍ରେମିକ ସହ ଫୋନରେ କଥା ହେଉଥିବା ସନ୍ଦେହ କରି ନିଜ ଝିଅକୁ ଜିଅନ୍ତା ଜାଳି ଦେଲା ବାପା

ପ୍ରେମିକ ସହ କଥା ହେଉଥିବା ସନ୍ଦେହ କରି ନିଜ ୧୬ ବର୍ଷୀୟ ଝିଅକୁ ଜିଅନ୍ତା ଜାଳି ଦେଲା ବାପା । ଘଟଣାଟି ହେଉଛି ମୁମ୍ବାଇର । ମିଳିଥିବା ସୂଚନା ଅନୁଯାୟୀ ଝିଅଟିର ଶରୀରର ୭୦ % ପୋଡି ଯାଇଛି ବେଳେ ଅବସ୍ଥା ସାଙ୍ଘାତିକ ବୋଲି ଡାକ୍ତରମାନେ କହିଛନ୍ତି। ଅନ୍ୟପଟେ ବିରାର ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି।

ପୋଲିସ୍ କହିବା ଅନୁଯାୟୀ, ଦିନ ପ୍ରାୟ ୨ ଟା ବେଳକୁ ନିଜ ରୁମରେ ପୀଡିତା ଶହିସ୍ତା ଫୋନରେ କଥା ହେଉଥିଲା । ଆଉ ସେହି ସମୟରେ ସେଠାରେ ପହଂଚିଯାଇଥିଲେ ବାପା ମହମ୍ମଦ ମୁର୍ତିଆଜ୍ । ଝିଅକୁ ଫୋନ୍ ରଖିବାକୁ କହିବା ପରେ ମଧ୍ୟ ସେ ରଖି ନଥିଲେ । ଯାହା ଫଳରେ ମୁର୍ତିଆଜଙ୍କୁ ଲାଗିଥିଲା ଝିଅ କୌଣସି ପୁଅ ସହ କଥା ହେଉଛି । ତେଣୁ ସେ ରାଗିଯାଇ ଫୋନକୁ ଫିଙ୍ଗିବା ସହ ଶହିସ୍ତାଙ୍କୁ ଖୁବ୍ ପିଟିଥିଲେ ଏବଂ ପଚାରିଥିଲେ ଫୋନ୍ କେଉଁଠୁ ଆସିଲା ।

ତେବେ ଶହିସ୍ତା ଜୀବନ ବଂଚାଇବାକୁ ବାହରକୁ ଚାଲି ଯିବାକୁ ଚେଷ୍ଟା କରିବା ବେଳେ ମୁର୍ତିଆଜ୍ ତାକୁ ରୋଷେଇ ଘରକୁ ନେଇ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇଦେଲେ । ବାପାର କୋପରୁ ଝିଅକୁ ମା’ ମଧ୍ୟ ରକ୍ଷା କରିପାରିନଥିଲେ । ଅନ୍ୟପଟେ ଚିତ୍କାର କରିବାରୁ ପଡ଼ୋଶୀମାନେ ଧାଇଁ ଆସିଥିଲେ। ପ୍ରଥମେ ଶହିସ୍ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସ୍ୱାସ୍ଥ୍ୟ।ବସ୍ଥା ବିଗିଡ଼ିବାରୁ ପରେ ତାଙ୍କୁ କେଇଏମ୍ ହସ୍ପିଟାଲ୍କୁ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.