ବିହାରରେ ଲଜ୍ଜା : ନାବାଳିକାକୁ ସାଙ୍ଗ ସହ ମିଶି ମାମୁଁ ପୁଅ କଲା ଗଣ ଦୁଷ୍କର୍ମ

ବିହାର : ବିହାରରେ ପୁଣି ଥରେ ସମ୍ପର୍କରେ ଲାଗିଛି କଳା ଦାଗ । ମାମୁଁ ପୁଅ ଭାଇ ସାଙ୍ଗମାନଙ୍କ ସହ ମିଶି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିବା ଜଣାଯାଇଛି । ଶିବହର ଜଲ୍ଳା ଶାମପୁର ଭଟ୍ଟାହା ଥାନା ଅଂଚଳରେ ଘଟିଛି ଏପରି ଅଘଟଣ । ଏଥି ସହିତ ଦୁଷ୍କର୍ମର ଭିଡିଓ ମଧ୍ୟ ମୋବାଇଲରେ ତିଆରି କରିଛି ଉକ୍ତ ଅଭିଯୁକ୍ତ ।

ସୂଚନା ଅନୁସାରେ, ଏହି ଖବର ସାମନାକୁ ଆସିଥିଲା ଯେତେବେଳେ ଏହି ଭଡିଓ ନାବାଳିକାର ମା’ଙ୍କ ଦୃଷ୍ଟିକୁ ଆସିଥିଲା । ମା’ ପଚାରିବା ପରେ ନାବାଳିକା ଏହି ଅଘଟଣ ସମ୍ପର୍କରେ ସବୁ କହିବା ସହ ଅଭିଯୁକ୍ତଙ୍କ ନାମ କହିଥିଲା । ଏହା ପରେ ମାମଲା ଥାନାରେ ପହଞ୍ଚିଥିଲା ।

ନାବାଳିକାର ବୟାନ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ବାଳ ସୁଧାର ଗୃହକୁ ପଠାଯାଇଛି । ପୀଡିତା ଓ ଅଭିଯୁକ୍ତଙ୍କ ବୟସ ୧୩ ରୁ ୧୪ ବର୍ଷ ବୟସ ଭିତରେ ଥିବା ଜଣାପଡିଛି ।

Leave A Reply

Your email address will not be published.