ଜଘନ୍ୟତାର ସୀମା ପାର୍‌ କଲେ ପ୍ରଧାନ ଶିକ୍ଷକ, ନାବାଳିକାଙ୍କୁ ଦୁଷ୍କର୍ମକାରୀ ଠାରୁ ବଞ୍ଚାଇବା ବଦଳରେ ନିଜେ କଲେ ଦୁଷ୍କର୍ମ

ନୂଆଦିଲ୍ଲୀ : ବିହାରର କୈମୁର ଜିଲ୍ଲାରରୁ ଏକ ଲଜ୍ୟାଜନକ ମାମଲା ସାମ୍ନାକୁ ଆସିଛି। ଶନିବାର ଦିନ ଜଣେ ୧୪ ବର୍ଷର ନାବାଳିକାକୁ କିଛି ଯୁବକ ଅପହରଣ କରି ନେଇଥିବାର ଅଭିଯୋଗ ହୋଇଥିଲା । ଏବଂ ଶନିବାର ଦିନ ସେହି ଯୁବକଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ତେବେ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କୁ ଦେଖି ସେଠାରୁ ପଳାଇ ଯାଇଥିଲେ । ପୀଡିତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ପ୍ରଧାନଶିକ୍ଷକ ଜଘନ୍ୟତାର ସବୁ ସୀମା ପାର୍‌ କରି ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ସମୟରେ ଚାରି ଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ । ସେମାନେ ପିଡ଼ିତାଙ୍କୁ କିଛି ଦୂରରେ ଥିବା ଏକ ଶୂନଶାନ ସ୍ଥାନକୁ ନେଇ ଯାଇଥିଲେ, ତା’ପରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରୁଥିବା ବେଳେ ଅନ୍ୟ ଯୁବକମାନେ ଠିଆ ହୋଇ ଦେଖୁଥିଲେ ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାରି ଜଣ ପୁଅ ନାବାଳିକାଙ୍କୁ ଜବରଦସ୍ତି ଉଠାଇ ନେଉଥିବାର ଦେଖି ଅନୁସରଣ କରିଥିଲେ । ଯୁବକ ମାନେ ପ୍ରଧାନଶିକ୍ଷକଙ୍କୁ ଦେଖି ସେଠାରୁ ପଳାଇ ଯାଇଥିଲେ। ତେବେ ଅଭିଯୁକ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଭାସ୍କର ବୋଲି ଜଣାପଡିଛି। ପୀଡିତା ଜଣଙ୍କ ପୋଲିସକୁ କହିଛି ଯେ ସେ ଭାବୁଥିଲେ ପ୍ରଧାନଶିକ୍ଷକ ତାଙ୍କୁ ବଞ୍ଚାଇବେ, କିନ୍ତୁ ସେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏବଂ ରକ୍ତାକ କରି ଆବଦ୍ଧ ବୁଦା ଭିତରେ ଛାଡ଼ିଦେଇଥିଲେ | ପ୍ରଧାନଶିକ୍ଷକ ଏବଂ ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଅଧୀନରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି । ନାବାଳିକାକୁ ଡାକ୍ତରଖାନା ପଠାଇ ଦିଆଯାଇଛି । ଆଉ ପୀଡ଼ିତାଙ୍କ ବୟାନ୍ ଆଧାରରେ ୧୬୪ ଧାରା ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯିବ ।

ଡିସିପିଙ୍କ ସୂଚନା ଅନୁସାରେ, ଶନିବାର ଦିନ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ । ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଓ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ଅଷ୍ଟମ ଶ୍ରେଣୀର ଛାତ୍ରୀ ଜଣକ ଶନିବାର ସନ୍ଧ୍ୟାରେ ନିକଟସ୍ଥ ପଡ଼ିଆକୁ ଶୌଚ କାର୍ଯ୍ୟ ସାରିବାକୁ ବାହାରିଥିବା ସମୟରେ ଏହି ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.