‘ପାପା ଓ ବଡ଼ ପାପା କରିଛନ୍ତି ରେପ୍‌’, ୧୨ ବର୍ଷର ଝିଅ ମା’ଙ୍କୁ ଶୁଣାଇଲା ଛାତିଥରା ଅଙ୍ଗେନିଭା କଥା

କୁହାଯାଏ, ବାପା ପାଖରେ ଝିଅ ସବୁଠୁ ଅଧିକ ସୁରକ୍ଷିତ। ବାପା ଥିଲେ ଛୁଆକୁ କେହି ଆଖି ଉଠାଇ ଚାହିଁ ବି ପାରିବେନି। କିନ୍ତୁ ଛତିଶଗଡ଼ରେ ଏକ ବାପା ହିଁ ନିଜ ଝିଅର ଇଜ୍ଜତ ଲୁଟିଛି। କେବଳ ବାପା ନୁହେଁ, ବଡ଼ ବାପା ବି ଏହି କୁକର୍ମରେ ତାଙ୍କ ସାଥ୍‌ ଦେଇଛନ୍ତି। ଛତିଶଗଡ଼ର ଅମ୍ବିକାପୁରରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଜଣେ ୧୨ ବର୍ଷର ଝିଅକୁ ତା’ ବାବା ଓ ବଡ଼ ବାପା ମିଶି ଦୁଷ୍କର୍ମ କରିଛନ୍ତି। ଅଭିଯୋଗ ପରେ ଉଭୟଙ୍କୁ ପୋଲିସ ଗିରଫ କରିଛି।

ରିପୋର୍ଟ ମୁତାବକ, ନାବାଳିକା ପୀଡ଼ିତା ଜଣକ ନିଜ ସହ ହୋଇଥିବା ଏହି ଘଟଣା ସମ୍ପର୍କରେ ମା’ଙ୍କୁ ଅବଗତ କରାଇଥିଲା। ପରେ ମା’ ହିଁ ଝିଅକୁ ଧରି ଥାନାରେ ପହଞ୍ଚିଥିଲେ। ସେଠାରେ ସେ ସ୍ୱାମୀ ଓ ଦେଢ଼ଶୁରଙ୍କ ବିରୋଧରେ ଝିଅକୁ ଦୁଷ୍କର୍ମ କରିଥିବା ନେଇ ମାମଲା ରୁଜୁ କରିଥିଲେ। ଅଭିଯୋଗର ଗମ୍ଭୀରତାକୁ ହୃଦୟଙ୍ଗମ କରି ପୋଲିସ ଉଭୟଙ୍କୁୁ ଗିରଫ କରି ଜେଲ ପଠାଇଛି।

ଏ ନେଇ ଅତିରିକ୍ତ ପୋଲିସ ଅଧିକାରୀ କହିଛନ୍ତି, ୧୨ ବର୍ଷର ଝିଅକୁ ତା’ ନିଜ ବାପା ଓ ବଡ଼ ବାପା ଦୀର୍ଘ ଦିନ ହେଲା ବଳାତ୍କାର କରିଆସୁଥିଲେ। ଏ ନେଇ ସେ ଦିନେ ତା ମା’ଙ୍କୁ କହିଥିଲା ଯେ ମୋତେ ପାପା ଓ ବଡ଼ ପାପା ରେପ୍‌ କରିଛନ୍ତି। ପରେ ମା’ ଏନେଇ ପୋଲିସରେ ଅଭିଯୋଗ କରିଥିଲେ। କୁନି ଝିଅକୁ ନ୍ୟାୟ ଦେବାକୁ ପୋଲିସ ସବୁ ପ୍ରକାରର ଚେଷ୍ଟା କରୁଛି ବୋଲି କହିଛନ୍ତି ଥାନାଧିକାରୀ। ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ସମସ୍ତେ ମା’ ଓ ଝିଅଙ୍କ ସାହସକୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.