ସଇତାନ ସାଜିଲା ନାବାଳିକା, ପ୍ରେମ ପାଇଁ ବାପାକୁ କଲା ହତ୍ୟା

ପ୍ରେମରେ ବାଧକ ସାଜିଲେ ବାପା। ନିରାଶ ହୋଇ ବାପାକୁ ହତ୍ୟା କରିବାକୁ ପଛାଇଲା ନାହିଁ ନାବାଳିକା ଝିଅ। ପ୍ରେମିକ ସାଙ୍ଗରେ ସପିଂ ମଲରେ ଦେଖିବା ବାପାଙ୍କ ପାଇଁ ହେଲା କାଳ । ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ ଛୁରୀ ଭୁସି ବାପାକୁ ହତ୍ୟା କରିବା ସହ ନିଆଁ ଲଗାଇ ପୋଡି ମାରିବାକୁ ଉଦ୍ୟମ କରିଥିଲା। ଏତିକିରେ ଶାନ୍ତ ହୋଇନଥିଲା ରାଗ। ଶବକୁ ଲୁଚାଇବାକୁ ଯାଇ ଢେର ସାରା ଉଦ୍ୟମ କରିଥିଲା। ହେଲେ ବିଫଳ ହେଲା ନାବାଳିକା । ଏଭଳି ଜଘନ୍ୟ କାମରେ ସାହାଯ୍ୟ କରିଥିବା ପ୍ରେମିକ ଶେଷରେ ପୋଲିସ ହାତରେ ଧରା ପଡିଗଲା।

କୁହାଯାଏ ପ୍ରେମ ଅନ୍ଧ। ଯିଏ ପ୍ରେମରେ ପଡିଛି ସେ ତାର ମଜା ଜାଣିଛି। କିନ୍ତୁ ଏହି ପ୍ରେମରେ ଯଦି କିଏ କେବେ ବାଧକ ସାଜିଥାଏ, ତେବେ ପ୍ରେମକୁ ଛାଡି ରହିବାର ବେଦନା ସହିନପାରି ଅନେକ କରନ୍ତି ଏଭଳି କିଛି ଜଘନ୍ୟ କାଣ୍ଡ । ଏଭଳି ଏକ ଘଟଣା କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁରେ ଘଟିଛି।

ଘଟଣା ମୁତାବକ, ବାଙ୍ଗାଲୁରୁ ବାସିନ୍ଦା ଜଣେ ବ୍ୟବସାୟୀ (୪୫) ତାଙ୍କ ଝିଅର ପ୍ରେମ ସମ୍ପର୍କକୁ ନେଇ ବହୁତ ଚିନ୍ତିତ ରହୁଥିଲେ। ପ୍ରତିଦିନ ନାବାଳିକା (୧୫) ଝିଅକୁ ବୁଝାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ନାବାଳିକା ଝିଅ ଏସବୁ ବୁଝିବାକୁ କିମ୍ବା ଶୁଣିବାକୁ ପ୍ରସ୍ତୁତ ନଥିଲେ। ନାବାଳିକା ଏପରି ପ୍ରେମରେ ପାଗଳ ଥିଲେ ଯେ, ନିଜ ପ୍ରେମିକ ସହ ମିଶି ବାପାଙ୍କୁ ମାରିବାକୁ ପ୍ଲାନ ମଧ୍ୟ କରିଥିଲେ।

murder 1

ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଉକ୍ତ ନାବାଳିକାର ବାପା, ମା ଏବଂ ଭାଇଙ୍କୁ ଷ୍ଟେସନ ଛାଡିବାକୁ ଯାଇଥିଲେ। ସେଠାରେ ଫେରିବା ପରେ ପ୍ରତିଦିନ ଭଳି ନାବାଳିକା ବାପାଙ୍କୁ କ୍ଷୀର ପିଇବା ପାଇଁ ଦେଇଥିଲେ। ହେଲେ ଏହି କ୍ଷୀର ପ୍ରତିଦିନ ଭଳି କେବଳ କ୍ଷୀର ନଥିଲା। ଏଥିରେ ମିଶିଥିଲା କିଛି ନିଦ ଔଷଧ। ଯେତେବେବେଳେ ବାପାଙ୍କୁ ନିଘୋଡ ନିଦ ହେଲା ନାବାଳିକା ନିଜ ପ୍ରେମିକ ସହିତ ମିଶି ଘଟଣାକୁ ଘଟାଇଥିଲେ। ନାବାଳିକାଙ୍କ ପିତା ଶୋଇଯିବା ପରେ ପ୍ରେମିକ (୧୮) ସହ ମିଶି ପ୍ରଥମେ ବାପାଙ୍କୁ ୧୦ ଛୁରୀ ଭୁସିଥିଲେ। ଏତିକିରେ ମଧ୍ୟ ନାବାଳିକା ରାଗ ଶାନ୍ତ ହୋଇନଥିଲା। ନାବାଳିକା ଜଣକ ପ୍ରେମିକ ସହ ମିଶ ବାପାଙ୍କୁ ପୋଡି ମାରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଦୁହେଁ ଉକ୍ତ ମୃତଦେହକୁ ବାଥରୁମୁ ଟାଣି ନେଇ ନିଆଁ ଲଗାଇଦେଇଥିଲେ। ବାଥରୁମରୁ ଧୂଆଁ ବାହାରିବାକୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଦୁହିଁଙ୍କୁ ପଚରାଉଚୁରା କରିବାକୁ ଦୁହେଁ ଭିନ୍ନ ଭିନ୍ନ ବୟାନ ଦେଇଥିଲେ। କିନ୍ତୁ ପରେ ନିଜର ଦୋଷକୁ ସ୍ୱୀକାର କରିଛନ୍ତି ଦୁହେଁ। ପୋଲିସ ଘଟଣା ସ୍ଥଳରୁ ପ୍ରେମିକଙ୍କୁ ଗିରଫ କରିବା ସହ ନାବାଳିକାକୁ ସୁଧାରଗୃହ ପଠାଇଛି। ସୂଚନା ମୁତାବକ, ଉକ୍ତ ନାବାଳିକାଙ୍କ ବାପା ନିକଟରେ ଦୁହିଁଙ୍କୁ ଏକ ସପିଂ ମଲରେ ଏକାଠି ଦେଖିଥିଲେ। ସେଠାରୁ ନାବାଳିକାଙ୍କୁ ଘରକୁ ଟାଣି ଆଣିଥିଲେ । ଏହି କଥାରୁ ନାବାଳିକା ବାପାଙ୍କ ଉପରେ ରାଗି ମାରିବା ପାଇଁ ପ୍ଲାନ କରିଥିଲା ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.