୫ ମହଲା କୋଠାରୁ ୨ ନାବାଳିକାଙ୍କୁ ତଳକୁ ଫିଙ୍ଗି ଦେଲା ଯୁବକ, ଘଟଣାର ତଦନ୍ତ ଜାରି

ନୂଆଦିଲ୍ଲୀ : ବିହାରର ପାଟନାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ମାମଲା ବାହାଦୁରପୁର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡିଛି । ଏଠାରେ ଜଣେ ଯୁବକ ଦୁଇ ଝିଅଙ୍କୁ ପାଞ୍ଚ ମହଲା କୋଠାର ଛାତକୁ ନେଇ ତଳକୁ ଫିଙ୍ଗି ଦେଇଛି। ଏଥିରେ ଜଣେ ଝିଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦ୍ୱିତୀୟ ଝିଅର ଅବସ୍ଥା ମଧ୍ୟ ଗୁରୁତର ଥିବା ନେଇ ଡାକ୍ତରମାନେ କହିଛନ୍ତି। ତେବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସ୍ଥାନୀୟ କାଉନସିଲର ସତୀଶ କୁମାର କହିଛନ୍ତି ଯେ ନନ୍ଦଲାଲ ଗୁପ୍ତାଙ୍କ ପରିବାର ରାମକୃଷ୍ଣ କଲୋନୀରେ ରୁହନ୍ତି। ସେ ଫଳ ବ୍ୟବସାୟ କରନ୍ତି। ନନ୍ଦଲାଲଙ୍କର ଦୁଇ ଝିଅ ଶାଲୁ (୧୦ ବର୍ଷ) ଏବଂ ସାଲୋନି (୧୨ ବର୍ଷ) । ଗୁରୁବାର ଦିନ ବିବେକ କୁମାର ନାମକ ଜଣେ ବ୍ୟକ୍ତି ଉଭୟ ଝିଅଙ୍କୁ ପାଞ୍ଚ ମହଲା କୋଠାକୁ ନେଇ ସେଠାରୁ ଫିଙ୍ଗି ଦେଇଥିଲ। ଏହା ପରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ସେ କାହିଁକି ଦୁଇ ଝିଅଙ୍କୁ ଉପରୁ ଫିଙ୍ଗିଥିଲେ ଅଭିଯୁକ୍ତ ସ୍ପଷ୍ଟ କରି ନାହିଁ।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍‌ ତୁରନ୍ତ ସେଠାରେ ପହଞ୍ଚି ବିବେକ କୁମାରକୁ ଗିରଫ କରିଥିଲା। ତେବେ ତା’କୁ ଗାଡ଼ିରେ ନେବା ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଲୋକମାନେ ବିବେକ କାହିଁକି ଏମିତି କଲା ବୋଲି ପ୍ରଶ୍ନ କରିଥିଲେ। ହେଲେ ପୁଲିସ୍‌ ଭିଡ଼କୁ ଏଡ଼ାଇ ଆଗକୁ ବଢ଼ିବାରୁ ସେମାନେ ପଥର ମାଡ଼ କରିଥିଲେ। ଏଥିରେ ୫ ଜଣ ପୁଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଖାଲି ସେତିକି ନୁହେଁ, ଲୋକମାନେ ସ୍ଥାନୀୟ ଅଞ୍ଚଳରେ ଥିବା ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପୋଲିସ୍‌ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ପାଟନା ସହରର ବହାଦୂର ଥାନା ଅଞ୍ଚଳରେ ଘଟିଛି। ଏଠାରେ ଥିବା ରାମକୃଷ୍ଣ କଲୋନୀରେ ପରିବା ବ୍ୟବସାୟ କରୁଥିବା ନନ୍ଦଲାଲ ଗୁପ୍ତା ନିଜ ପରିବାର ସହ ରୁହନ୍ତି। ତାଙ୍କର ଦୁଇ ଝିଅ ସାଲୁ ଓ ସଲୋନୀଙ୍କୁ ଅଭିଯୁକ୍ତ ବିବେକ କୁମାର ୫ ମହଲା ଛାତକୁ ନେଇ ତଳକୁ ଫୋପାଡ଼ି ଦେଇଛି। ଏହା ବ୍ୟତୀତ ସେ କୌଣସି ସୂଚନା ଦେଇନାହାଁନ୍ତି। ସେ କାହିଁକି ଉଭୟ ଝିଅଙ୍କୁ ପାଞ୍ଚ ମହଲାରୁ ତଳକୁ ଫିଙ୍ଗିଛନ୍ତି ତାହା ବ୍ୟାଖ୍ୟା କରିନାହିଁ। ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଥିବା ପୋଲିସ କହିଛି।

 

 

Leave A Reply

Your email address will not be published.