ମାମୁଁ ଜେଲ ଗଲା ବୋଲି ଭଣଜା ନେଲା ପ୍ରତିଶୋଧ, ଅଭିଯୋଗକାରୀଙ୍କ ୧୧ ବର୍ଷ ପିଲାକୁ ନିଆଁ ଲଗାଇଲା ଭଣଜା

ଅନେକ ଥର ମଣିଷ ଏତେ ପ୍ରତିଶୋଧ ପରାୟଣ ହୋଇଯାଏ ଯେ, ଭଲମନ୍ଦ କିଛି ବାଛବିଚାର କରିପାରେନାହିଁ। ପ୍ରତିଶୋଧ ପରାୟଣ ହୋଇ ମଣିଷ ଏମିତି କିଛି ଭୁଲ୍‌ କରିବସେ, ଯାହାର ପଶ୍ଚାତାପ ପରେ କଲେ ମଧ୍ୟ ଆଉ କିଛି ଲାଭ ମିଳେ ନାହିଁ। ଏମିତି ଏକ ମାମଲା ୟୁପି କାନପୁରରେ ସାମ୍ନାକୁ ଆସିଛି। କାନପୁରର ରେଲ ବଜାରରେ ଚୋରି ଅଭିଯୋଗରେ ଜେଲ ଯାଉଥିବା ମାମା ପ୍ରତିଶୋଧ ନେବା ପାଇଁ ନାବାଳକ (୧୪) ପଡୋଶୀରେ ରହୁଥିବା ପିଲା (୧୧) ଉପରେ ସାନିଟାଇଜର ଢାଳି ନିଆଁ ଲଗାଇଦେଇଛି। ପୋଲିସ ଏଫଆଇଆର ଦାଖଲ କରି ଯାଞ୍ଚ ଆରମ୍ଭ କରିଛି। ଘଟଣାରେ ଆହତ ହୋଇଥିବା ପିଲାକୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ରେଳ ବଜାରରେ ରହୁଥିବା ଫିରୋଜଙ୍କ ଘରେ କିଛିଦିନ ପୂର୍ବରୁ ଚୋରି ହୋଇଥିଲା। ଫିରୋଜ ଚୋରି ରିପୋର୍ଟ ନିଜର ପଡୋଶୀ ଫାରୁଖଙ୍କ ବିପକ୍ଷରେ କେସ୍‌ କରିଥିଲେ। ପୋଲିସ ଫାରୁଖଙ୍କୁ ଗିରଫ କରି ଜେଲ ପଠାଇଥିଲେ। ଫାରୁଖଙ୍କ ଭଣଜା ମାମୁଙ୍କୁ ବହୁତ ଭଲ ପାଉଥିଲା। ତେଣୁ ଭଣଜା ନିଜ ମାମୁଁଙ୍କୁ ଜେଲ ପଠାଇଥିବା ଲୋକ ଉପରେ ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରିଥିଲା।

ଅଭିଯୋଗ କରିଥିବା ଫିରୋଜଙ୍କ ପତ୍ନୀ ଖୁଶନାମାଙ୍କ କହିବାନୁଯାୟୀ, ଦୁଇଦିନ ତଳେ ଫାରୁଖଙ୍କ ଭଣଜା ୧୧ ବର୍ଷୀୟ ପୁଅକୁ ଖେଳିବାକୁ ପଡିଆକୁ ନେଇଥିଲା। ସେଠାରେ ମୋ ପୁଅ ଉପରେ ସାନିଟାଇଜର ଢାଳି ନିଆଁ ଲଗାଇଦେଇଥିଲା। ପିଲାଟି ନିଆଁରେ ପୋଡି ହେବା ବେଳେ ଚିତ୍କାର କରିଥିଲା, ତେଣୁ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପୀଡିତ ପିଲାକୁ ପୋଲିସ ହସପିଟାଲରେ ଭର୍ତ୍ତି କରିଥିଲା।

ଏହି ଘଟଣାର ତଦନ୍ତ କାନପୁର ଇଷ୍ଟର ଡିସିପି ପ୍ରମୋଦ କୁମାର ଚଲାଇଛନ୍ତି। ମାମଲାର ଯାଞ୍ଚ ହେବା ପରେ ଦୋଷୀକୁ ନିଶ୍ଚିତ ଦଣ୍ଡ ମିଳିବ। ଏହି ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.