ଦେଶ ବିଦେଶ

ନାବାଳିକାଙ୍କୁ ‘ଆଇଟମ’ କହିବା ପଡିଲା ମହାଙ୍ଗା, ଦେଢ଼ ବର୍ଷର ଦଣ୍ଡ ପାଇଲେ ରୋଡ଼ ରୋମିଓ : ପୋକସୋ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମୁମ୍ବାଇ ପୋକସୋ କୋର୍ଟଙ୍କ ଯୁଗାନ୍ତକାରୀ ରାୟ। ଦେଢ଼ ବର୍ଷର ସଜ୍ଜା ପାଇଲେ ରୋଡ଼ ରୋମିଓ। ନାବାଳିକାଙ୍କୁ ‘ଆଇଟମ’ ବୋଲି ଡାକିବା ମହଙ୍ଗା ସାବ୍ୟସ୍ତ ସାଜିଲା ଯୁବକଙ୍କ ପାଇଁ। ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ରାସ୍ତାରେ କମେଟ ମାରିବା ଓ ଦୁର୍ବ୍ୟବହାର କରିବା ଘଟଣାକୁ ଭାରତୀୟ ଦଣ୍ଡବିଧି ଆଇନର ୩୫୪ ଦଫା ଓ ପୋକସୋ ଆକ୍ଟ ଧାରା ୧୨ ଅନୁଯାୟୀ ଦୋଷାଵହ ବୋଲି ମତ ରଖିଛନ୍ତି ମୁମ୍ବାଇ ପୋକସୋ ଅଦାଲତ।

ମୁମ୍ବାଇ ସାକିନାକାର ରୋଡ଼ ରୋମିଓ ଅଵରାର ନୁର ମହମ୍ମଦ ଖାନକୁ ଦେଢ଼ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ। ଏହା ସହିତ ଏକ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ରହିଛି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସ୍ୱତନ୍ତ୍ର କୋର୍ଟ ବିଚାରପତି ଏସ ଜେ ଅନସାରି ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ୩୫୪ ଦଫାରେ ଏକ ବର୍ଷ ୬ ମାସ ଜେଲ ଦଣ୍ଡ ସହ ୫୦୦ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ନିର୍ଦ୍ଦେଶ ରହିଛି।

ସେହିଭଳି ପ୍ରୋଟେକସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସସୁଆଲ ଅଫେନସେସ ଆକ୍ଟ ୨୦୧୨ ଧାରା ୧୨ ଅନୁଯାୟୀ ଏକ ବର୍ଷ ୬ମାସ ଜେଲ ଦଣ୍ଡ ସହ ୫୦୦ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି।ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ। ଏହା ସହିତ ଦୋଷୀକୁ ଆଇପିସି ର ୩୫୪ ଡି , ୫୦୪ ଓ ୫୦୬ ଦଫାରୁ ମୁକ୍ତ କରିଛନ୍ତି ସ୍ୱତନ୍ତ୍ର ଅଦାଲତ। ଦୋଷୀ ସାବ୍ୟସ୍ତ ବିରୋଧରେ ଦିଆଯାଇଥିବା ଦୁଇଟି ଯାକ ଦଣ୍ଡାଦେଶ ଏକ କାଳୀନ ଚାଲିବ ବୋଲି ମୁମ୍ବାଇ ଡିନଦୋଷୀ ପୋକସୋ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଦୋଷୀ ସାବ୍ୟସ୍ତ ଅଵରାର ନୁର ମହମ୍ମଦ ଖାନ ନିୟମିତ ନାବାଳିକା ଙ୍କୁ ସ୍କୁଲ ଯିବା ଆସିବା ସମୟରେ ପିଛା କରୁଥିଲା। ଏହା ସହିତ ସେ ନାବାଳିକା ଙ୍କୁ ଆଇଟମ ବୋଲି ଡାକିଥିଲା। ସାଧାରଣତଃ ଯାହାକି ରାସ୍ତା ଘାଟରେ ରୋଡ଼ ରୋମିଓ ମାନେ ଯୁବତୀ ମାନକୁ କମେଣ୍ଟ କରିଥାନ୍ତି। ୨୮ ପୃଷ୍ଠାର ଏହି ନିର୍ଦ୍ଦେଶନାମାରେ ଏଭଳି ରୋଡ଼ ରୋମିଓ ମାନଙ୍କ ଠାରୁ ଯୁବତୀ ଓ ନାବାଳିକାଙ୍କୁ ବଞ୍ଚାଇବା ପାଇଁ ସଜ୍ଜା ଦିଆଯିବା ଆବଶ୍ୟକ ବୋଲି ମତ ରଖିଛନ୍ତି ମୁମ୍ବାଇ ପୋକସୋ କୋର୍ଟ।

Barsha

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

10 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

32 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

39 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

53 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago