ଦିଲ୍ଲୀରେ CAA ରାଲି ବେଳେ ଗୁଳିମାଡ, ଜାମିଆରେ ବିରୋଧ ପ୍ରଦର୍ଶନ ବେଳେ ଗୁଳି ଚାଳନା କଲା ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ଥମୁନି ସିଏଏ ଅସନ୍ତୋଷ । ଜାମିଆରେ ବିରୋଧ ପ୍ରଦର୍ଶନ ବେଳେ ଗୁଳି ଚାଳନା । ଅଜଣା ବ୍ୟକ୍ତିର ଗୁଳି ମାଡ଼ । ରାସ୍ତା ଉପରେ ଯୁବକଙ୍କ ଉନ୍ମତ କାଣ୍ଡ । ଜଣେ ଆହତ, ଯୁବକ ଗିରଫ । ଗୁଳି ଚଳାଇଥିବା ବ୍ୟକ୍ତି ବାହାରୁ ଆସିଥିଲା । ବ୍ୟକ୍ତି ଜଣକ କହୁୂଥିଲା, ଦିଲ୍ଲୀ ପୋଲିସ ଜିନ୍ଦାବାଦ୍‌ । ସିଏଏ ବିରୋଧରେ ଜାମିଆରୁ ରାଜଘାଟ ଯାଏ ରାଲି ବାହାରୁଥିବା ବେଳେ ଏଭଳି ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡ ପରେ ବି ରାଲି ବାହାରିଥିଲା । ଘଟଣା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ସହ ପିସ୍ତଲ ଜବତ କରିଛି । ସମ୍ପୃକ୍ତ ବ୍ୟକ୍ତି ଗୁଳି ଚଳାଇବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସବୁଠୁ ବଡ କଥା ହେଲା, ଏସବୁ ଘଟଣା ପୋଲିସ ଉପସ୍ଥିତିରେ ହୋଇଥିଲା । କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଯୁବକ ଗୁଳି ଚଳାଇବାକୁ ସାହସ କଲା କେମିତି । ଆକ୍ରମଣକାରୀ ଯୁବକ ନିଜ ନାଁ ଗୋପାଳ ଓ ସେ ଜଣେ ରାମଭକ୍ତ ବୋଲି ଦାବି କରିଛି ।

ଏପଟେ ସିଏଏ ଓ ଏନଆରସିକୁ ବିରୋଧ କରି ଭୁବନେଶ୍ୱରରେ ରଣହୁଙ୍କାର । ଆମେ ଭାରତବାସୀ ସଂଗଠନ ଆହ୍ଵାନରେ ଏକାମ୍ର ହାଟରୁ ଏକ ବିରାଟ ଶୋଭଯାତ୍ରା ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଆସିଥିଲା। କେନ୍ଦ୍ର ସରକାର ବିରୋଧୀ ଦଳଗୁଡିକ ଏଥିରେ ସାମିଲ ହୋଇଥିଲେ । କଂଗ୍ରେସ , ୫ଟି ବାମବନ୍ଥୀ ଦଳ ନେତାମାନଙ୍କ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଶୋଭାଯତ୍ରାରେ ଯୋଗ ଦେଇଥିଲେ । ଦେଶକୁ ଜାତି-ଧର୍ମ ନାଁରେ ଭାଗ ଭାଗ କରିବାକୁ ଉଦ୍ୟମ କରାଯାଉଛି । ଏହି ନୀତି ସମ୍ବାଧାନର ୧୪ ଧାରାକୁ ଉଲ୍ଲଙ୍ଘନ କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସିଏଏକୁ ନେଇ ତୀବ୍ର ହେବାରେ ଲାଗିଛି ଆନ୍ଦୋଳନ । ଆଗକୁ ବିଧାନସଭା ଓ ପାର୍ଲାମେଣ୍ଟ ଅଧିବେଶନ ଥିବାରୁ ଏବେଠୁ ସଜବାଜ ହେଲେଣି ଅନେକ ସଙ୍ଗଠନ ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

15 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

23 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

29 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

38 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

40 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

47 mins ago