ବାଇକ୍‌ ଅଟକାଇ ସ୍ୱାମୀ ସାମ୍ନାରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ

ସିମା ପାର କଲା ଲଜ୍ଜା। ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ। ବାଇକ୍‌ ଅଟକାଇ ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ। ଏମିତି ଲଜ୍ଜାଜନକ ଘଟଣା ଘଟିଛି। ରାଜସ୍ଥାନର ବାଡମେରରେ। ସୂଚନା ଅନୁଯାୟୀ ବାଇକ୍‌ରେ ଯାଉଥିବା ସ୍ବାମୀ ଏବଂ ସ୍ତ୍ରୀଙ୍କୁ ରାସ୍ତା ମଝିରେ ଅଟକାଇଲେ ୪ ଦୁର୍ବୃତ୍ତ। ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଗାଡ଼ି ନେଇ ଫେରାର ହୋଇଥିଲା ଏବଂ ପରେ ବାକି ୩ ଜଣ ଦୁର୍ବୃତ୍ତ ବ୍ୟକ୍ତିଙ୍କୁ ମାଡ଼ ମାରି ଲହୁଲହାଣ କରିବା ସହ ମହିଳାଙ୍କୁ କାର ଭିତରକୁ ନେଇଯାଇଥିଲେ। ଗୋଟିଏ ପଟେ କ୍ଷତାକ୍ତ ହୋଇ ସ୍ବାମୀ ଚିତ୍କାର କରିବା ସହ ବିରୋଧ କରୁଥିଲେ କିନ୍ତୁ ମଣିଷ ରୂପି ରାକ୍ଷସମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ଏହି ଦମ୍ପତି ବାଇକ୍‌ ଯୋଗେ ବାଡମେର ଯାଉଥିଲେ। ଆଉ ଠିକ ଏହି ସମୟରେ କେଉଁଠି ଥିଲେ କେଜାଣି ୪ ଜଣ ମଣିଷ ରୂପୀ ରାକ୍ଷସ ସେମାନଙ୍କୁ ପିଛା କରି ଆକ୍ରମଣ କଲେ। ୩ ଅଭିଯୁକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ସ୍ବାମୀ-ସ୍ତ୍ରୀଙ୍କୁ ଜବରଦସ୍ତି କାରରେ ବସାଇ ଏକ ଶୂନଶାନ୍‌ ସ୍ଥାନକୁ ନେଇଯାଇଥିଲେ। ଏହା ପରେ ତିନି ଜଣ ସ୍ବାମୀ ସାମ୍ନା‌ରେ ଜଣଙ୍କ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ସେମାନଙ୍କୁ ଛାଡ଼ିଦେବାକୁ ଦମ୍ପତି ବହୁ ନେହୁରା ହୋଇଥିଲେ କିନ୍ତୁ ଏହି ନର ରାକ୍ଷସଙ୍କ ମନରେ ଟିକେ ହେଲେ ବି ଦୟା ଆସିଲାନି।

ତେବେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି। ପୋଲିସର କହିବାନୁସାରେ, ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ଦମ୍ପତିଙ୍କୁ କାରରେ ଆଣି ସେହି ଟୋଲ୍‌ ଗେଟ୍‌ ନିକଟରେ ଛାଡ଼ି ଚାଲିଯାଇଥିଲେ ଅଭିଯୁକ୍ତ। ସେମାନଙ୍କୁ ଗରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ସ୍ଥାନୀୟ ଲୋକେ। ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ଲୋକେ।
ଗଣଦୁଷ୍କର୍ମ ପରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିବା ଜଣାପଡ଼ିଛି। ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାମଲାରେ ଅଧିକ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.