ଛିଃ ଲଜ୍ଜା! ସାମାନ୍ୟ ଶାରୀରିକ ସୁଖ ପାଇଁ ଜେଜେମା ବୟସର ବୃଦ୍ଧାଙ୍କୁ ବଳାତ୍କାର କଲା ପଡ଼ୋଶୀ

ଯୁବତୀ ଓ କୁନି ଝିଅଙ୍କ ପରେ ଏବେ ଦେହ ଲୋଭୀ ରାକ୍ଷସଙ୍କ ନଜର ବୃଦ୍ଧାଙ୍କ ଉପରେ। ଟିକେ ଦେହ ସୁଖ ପାଇଁ ଜେଜେମା ବୟସ ବୃଦ୍ଧାଙ୍କୁ ବି ଛାଡ଼ିଲାନି ପିଶାଚ। ବୟସର ଅପରାହ୍ନରେ ପହଞ୍ଚିଥିବା ଜେଜେମାର ଶରୀରକୁ ଖିନ୍‌ଭିନ୍‌ କରି ଖାଇଗଲା ପାଖପଡ଼ିଶା ଘରର ଯୁବକ। ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କାନପୁରରେ। ଏଠାରେ ଏକ ଗାଁରେ ଜଣେ ୬୦ ବର୍ଷୀୟ ବୃଦ୍ଧାଙ୍କୁ ତାଙ୍କ ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

rape

ବୃଦ୍ଧାଙ୍କ କହିବାନୁସାରେ ମଙ୍ଗଳବାର ଦିନ ତାଙ୍କ ନାତିର ଦେହ ଖରାପ ହୋଇଯାଇଥିଲା। ଏଣୁ ମେଡିସିନ୍‌ ଆଣିବାକୁ ସେ ବଜାରକୁ ଯାଇଥିଲେ। ଏହି ସମୟରେ ଗାଁର ଧର୍ମେନ୍ଦ୍ର ନାମକ ଜଣେ ଯୁବକ ତାଙ୍କୁ ଘରକୁ ଡାକିଥିଲେ। ସେ ଘରକୁ ଯିବା ପରେ ଘରର କବାଟ କିଳି ଦେଇ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। ବୃଦ୍ଧା ପ୍ରତିବାଦ କରିଥିଲେ ମଧ୍ୟ ସେ ବଳପୂର୍ବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ବାହାରେ କାହାକୁ ଏକଥା କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଧର୍ମେନ୍ଦ୍ର।

ମାତ୍ର ବୃଦ୍ଧା ଘରକୁ ଫେରି ପରିବାର ଲୋକଙ୍କୁ କାନ୍ଦି କାନ୍ଦି ଏହି କଥା କହିଥିଲେ। ଲୋକଲଜ୍ଜାକୁ ନ ଡରି ସେ ନ୍ୟାୟ ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏନେଇ ଥାନାଧିକାରୀ ବିଦ୍ୟାସାଗର ସିଂହ କହିଛନ୍ତି ଏହି ଘଟଣା ଅଗଷ୍ଟ ୨୫ ତାରିଖର ବୋଲି ବୃଦ୍ଧା କହିଛନ୍ତି। ୩ ଦିନ ପରେ ତାଙ୍କ ମେଡିକାଲ ଟେଷ୍ଟ କରାଯାଇଛି। ମାତ୍ର ବୟସାଧିକ କାରଣରୁ ମେଡିକାଲ ରିପୋର୍ଟରେ କିଛି ସ୍ପଷ୍ଟ ପ୍ରମାଣ ମିଳିନାହିଁ। ଅଭିଯୁକ୍ତ ଫେରାର ଅଛି। ଆଇନ୍‌ ଅନୁସାରେ ଆଗାମୀ ତଦନ୍ତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.