ମିସ୍ ୟୁନିଭର୍ସ ୨୦୧୯: ବିକିନୀ ରାଉଣ୍ଡରେ ତଳେ ପଡ଼ିଯାଉଥିଲେ ଜଣଙ୍କ ପରେ ଜଣେ ପ୍ରତିଯୋଗୀ, ସମାନ ଜାଗାରେ ଖସୁଥିଲା ଗୋଡ଼
ମିସ୍ ୟୁନିଭର୍ସ ୨୦୧୯ ପ୍ରତିଯୋଗିତାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ପ୍ରତିଯୋଗିତାର ସ୍ୱିମ୍ସୁଟ ରାଉଣ୍ଡରେ କଣ୍ଟେଷ୍ଟେଣ୍ଟ୍ମାନେ ଜଣକ ପରେ ଜଣେ ତଳେ ପଡ଼ିଯାଉଥିବା ଦେଖିବାକୁ ମିଳୁଛି। ତେବେ ଏଥର ଦକ୍ଷିଣ ଆଫ୍ରିକାର ଜୋଜିବିନୀ ଦୁଞ୍ଜି ଟାଇଟଲ ଜିତିଥିବା ବେଳେ ଭାରତୀୟ ପ୍ରତିଯୋଗୀ ବର୍ତ୍ତିକା ସିଂ ଟପ୍ ୧୦ରେ ବି ନିଜ ଜାଗା ବନାଇବାରେ ସକ୍ଷମ ହୋଇପାରି ନ ଥିଲେ।
ର୍ୟାମ୍ପଓ୍ଵାକ୍ ସମୟରେ ପଡ଼ିଯିବାର ଭିଡିଓକୁ ମିସ୍ ଫ୍ରାନ୍ସ ମାଏବା କୁଚ୍ ନିଜ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି, ଯେତେବେଳେ ସେ ସ୍ୱିମ୍ସୁଟ ରାଉଣ୍ଡରେ ନିଜ ଓ୍ଵାକ୍ ପୂରା କରୁଥିଲେ, ସେତେବେଳେ ତାଙ୍କ ଗୋଡ଼ ଖସିଯାଇଥିଲା।
ଏହାସହ ପଢ଼ନ୍ତୁ: ପାନପିକ ଦାଗରେ ବିରକ୍ତ ହୋଇ ଏହି ସହର ଆପଣାଇଲା ନିଆରା ଉପାୟ, ଏବେ ଏମିତି ସଫା ରଖାଯିବ ରାସ୍ତା
ପଡ଼ିଯିବା ପରେ ମାଏବା ପୂରା ଆତ୍ମବିଶ୍ୱାସର ସହ ଉଠି ପୁଣିଥରେ ଛିଡ଼ାହୋଇଥିଲେ ଏବଂ ଜଜ୍ମାନଙ୍କୁ ହସ ହସ ମୁହଁରେ ଅନାଇ ଫେରିଯାଇଥିଲେ। ତେବେ ଏହି ର୍ୟାମ୍ପଓ୍ଵାକ୍ରେ ମାଏବା କେବଳ ଏକମାତ୍ର ପ୍ରତିଯୋଗୀ ନ ଥିଲେ, ଯିଏ ପଡ଼ିଯାଇଥିଲେ, ବରଂ ତାଙ୍କ ଭଳି ଆହୁରି ବି କେତେଜଣ ପ୍ରତିଯୋଗୀ ର୍ୟାମ୍ପଓ୍ଵାକ୍ କରୁଥିବା ବେଳେ ପଡ଼ିଯାଇଥିଲେ।
ଆଶ୍ଚଯ୍ୟର୍ର କଥା, ସମସ୍ତ ପ୍ରତିଯୋଗୀ ର୍ୟାମ୍ପର ଗୋଟିଏ ଜାଗାରେ ହିଁ ତଳେ ପଡ଼ିଯାଉଥିଲେ। ଏଥିରୁ ଜଣାପଡ଼ୁଛି, ଏମିତି ଜାଣିଶୁଣି କରାଯାଇଛି। କିନ୍ତୁ ସେପଟେ ଆୟୋଜକମାନେ ଦାବି କରିଛନ୍ତି, ର୍ୟାମ୍ପର ସେହି ଜାଗା ଓଦା ଥିବାରୁ ଏମିତି ଘଟଣା ଘଟିଥିଲା।
ଏହାସହ ପଢ଼ନ୍ତୁ: ତିରୁପତି ମନ୍ଦିରର ଲଡୁ ତିଆରି ରୋଷଶାଳାରେ ଲାଗିଲା ନିଆଁ, ଲକ୍ଷାଧିକ ସମ୍ପତ୍ତି ହୋଇଗଲା ନଷ୍ଟ
ମିସ୍ ଫ୍ରାନ୍ସ ମାଏବା ନିଜ ସହ ଘଟିଥିବା ଏହି ଦୁର୍ଘଟଣାର ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି, ‘ପଡ଼ିଯାଇ ପୁଣିଥରେ ଉଠିବା ମହିଳାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଏଭଳିି ଦୁର୍ଘଟଣାରୁ ସମସ୍ତଙ୍କୁ ଏହି ଶିକ୍ଷା ମିଳିଥାଏ’।