ବିମାନ ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ମିସାଇଲ ଲଞ୍ଚର, ଧରାପଡ଼ିବାରୁ କହିଲେ ମିଳିଛି ଉପହାର

ଆମେରିକାର ଏକ ବିମାନ ବନ୍ଦରରେ ଜଣେ ପାସେଞ୍ଜରଙ୍କ ବ୍ୟାଗରୁ ମିସାଇଲ ଲଞ୍ଚର ଜବତ କରାଯାଇଛି। ମେରୀଲ୍ୟାଣ୍ଡର ବାଲ୍ଟିମୋର ବିମାନ ବନ୍ଦରରେ ସୁରକ୍ଷା ଅଧିକାରୀ ପାସେଞ୍ଜରଙ୍କ ବ୍ୟାଗ ଚେକ୍ କରିବା ସମୟରେ ବ୍ୟାଗରୁ ଲଞ୍ଚର ମେସିନ୍ ମିଳିଥିଲ। କିନ୍ତୁ ତାଙ୍କୁ ଏହି ମେସିନ୍ ଗିଫ୍ଟି ମିଳିଛି ବୋଲି ପାସେଞ୍ଜର ଜଣକ କହିଛନ୍ତି। ସୂଚନା ଅନୁଯାୟୀ ସେହି ବ୍ୟକ୍ତି ଜଣକ ମିଲେଟ୍ରିରେ କାମ କରୁଛନ୍ତି। ଏବଂ ସେ କୁୱେତରୁ ଫେରୁଥିଲେ। କିନ୍ତୁ ସୋସିଆଲ ମିଡିଆରେ କିଛି ଲୋକମାନେ ଏହି ଘଟଣା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେହି ବ୍ୟକ୍ତି ଜଣକ କିଭଳି ଲଞ୍ଚର ମେସିନକୁ ନେଇ ବିମାନ ବନ୍ଦର ପର୍ଯ୍ୟନ୍ତ ଆସିପାରିଲେ ବୋଲି ସୋସିଆଲ ମିଡିଆରେ ଅନେକ ଲୋକମାନେ ପ୍ରଶ୍ନ ପଚାରିଛନ୍ତି।

ଏହାସହ ପଢନ୍ତୁ: ବ୍ୟାଗେଜ୍ ଚେକିଂ ମେସିନରେ ପଶିଗଲା ଦୁଇ ବର୍ଷର ପିଲା, ତାପରେ ହେଲା କଣ ଦେଖନ୍ତୁ

ସୂଚନା ଅନୁଯାୟୀ ଆମେରିକାର କମର୍ଶିୟାଲ ବିମାନରେ ମିଲିଟ୍ରୀ ସହ ଜଡିତ ହତିଆରକୁ ସାଙ୍ଗରେ ନେଇ ଯିବାର ଅନୁମତି ନାହିଁ। ଏହିକାରଣରୁ ସେହି ବ୍ୟକ୍ତିଜଣଙ୍କୁ ମଧ୍ୟ ଅନୁମତି ମିଳିନଥିଲା। କିନ୍ତୁ ତାଙ୍କୁ ବିମାନରେ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.