ପୋଲାଣ୍ଡରେ ମିଶାଇଲ ମାଡ଼ରେ ଦୁଇ ନାଗରିକଙ୍କ ମୃତ୍ୟୁ

କେନ୍ୟୁଜ୍‌: ପୋଲାଣ୍ଡରେ ମିଶାଇଲ ମାଡ଼ ହେବା ପରେ ସାରା ବିଶ୍ୱରେ ଚହଳ ସୃଷ୍ଟି ହୋଇଛି । ନାଟୋ ସଦସ୍ୟ ଦେଶ ଗୁଡ଼ିକ ଏବେ ଏହାର ଜବାବ ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେପଟେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନ୍‌ସ୍କି ଋଷ ଉପରେ ଆରୋପ ଲଗାଉଛନ୍ତି ଏବଂ କଡ଼ା ମନ୍ତବ୍ୟ ଦେଉଛନ୍ତି । କିନ୍ତୁ,ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାକୁ ଖଣ୍ଡନ କରିଛନ୍ତି ।

ଏହାରି ଭିତରେ ଆମେରିକା ପ୍ରକୃତ ଘଟଣା ଉପରୁ ପରଦା ହଟାଇଛି ଏବଂ ଭ୍ଲାଦିମିର ଜେଲେନ୍‌ସ୍କିଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଏହାର ଯାଞ୍ଚ କରିବା ପରେ, ଆମେରିକା କହିଛି ପୋଲାଣ୍ଡରେ ମାଡ଼ ହୋଇଥିବା ମିଶାଇଲ ଋଷର ନୁହେଁ ବରଂ ଋଷର ମିଶାଇଲକୁ ପ୍ରତିହତ କରିବା ପାଇଁ ୟୁକ୍ରେନ୍‌ ଛାଡ଼ିଥିବା ମିଶାଇଲ । ମଙ୍ଗଳବାର ଦିନ ଋଷ ୟୁକ୍ରେନ୍‌ ସହର ଉପରେ ୧୦୦ରୁ ଅଧିକ ମିଶାଇଲ ମାଡ଼ କରିଥିଲା ।

ମିଶାଇଲ ମାଡ଼ରେ ଦୁଇ ନାଗରିକଙ୍କ ମୃତ୍ୟୁ:
ଦୁଇଟି ମିଶାଇଲ ୟୁକ୍ରେନ ସୀମା ପାଖ ପୋଲାଣ୍ଡରେ ପଡ଼ିବା ପରେ ଦୁଇ ଜଣ ନାଗରିକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଏହି ଘଟଣା ଘଟିବା ପରେ ନାଟୋ ଦେଶର ସଦସ୍ୟମାନେ ପୁରା ସତର୍କ ହୋଇଯାଇଥିଲେ । ଏମିତି କି ପୋଲାଣ୍ଡ ତାର ସୀମାରେ ସେନା ମୃତୟନ କରିଥିଲା । କିନ୍ତୁ ଏହି ଘଟଣାର ପ୍ରଥମରୁ ଋଷ କହିଥିଲା ଏ ମିଶାଇଲ ଆମର ନୁହେଁ । ଏହି ଘଟଣାରେ ପୋଲାଣ୍ଡ ଦେଇଥିବା ରିପୋର୍ଟ ଭୁଲ ବୋଲି ମସ୍କୋ କହିଛି ଏବଂ ଏହି ପରି ଗୁଜବ ଖବର ପ୍ରଚାର କରି ବାତାବାଣକୁ ଖରାପ କରିବାକୁ ଚେଷ୍ଟା କରାଯାୁଥିବା କୁହାଯାଇଛି। ଏହି ଘଟଣାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡନ କହିଛନ୍ତି ମଙ୍ଗଳବାର ଦିନ ମାଡ଼ ହୋଇଥିବା ଏହି ମିଶାଇଲ ଋଷର ନୁହେଁ । ଆମେରିକାର ଅଧିକାରୀମାନେ ପ୍ରାଥମିକ ଯାଞ୍ଚରୁ ମଧ୍ୟ ଏହା କହିଥିଲେ ।

ୟୁକ୍ରେନ୍‌ର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍‌ସ୍କି ଏହି ଘଟଣାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ବର୍ଷିଥିଲେ । ଜେଲେନ୍‌ସ୍କି ଏହି ଘଟଣାର ସବୁ ଦୋଷ ଋଷ ଉପରେ ଲଦି ଦେଇଥିଲେ । ସେ କହିଲେ ୟୁକ୍ରେନ୍‌ ଆଗରୁ ମଧ୍ୟ କହିଥିଲା,ଋଷର ଆକ୍ରମଣ କେବଳ ଆମ ଦେଶରେ ସୀମିତ ରହିବ ନାହିଁ । ଆଜି ଆମର ପଡ଼ୋଶୀ ଦେଶ ପୋଲାଣ୍ଡ ଉପରେ ଋଷ ମିଶାଇଲ ଆକ୍ରମଣ କଲା ଏଥିରେ ନାଗରିକ ମୃତାହତ ହେଲେ ଏବଂ ଏଥିରେ ମୁଁ ବହୁତ ମର୍ମାହତ । ସେ କହିଥିଲେ ଆଗକୁ ଦିନକୁ ଦିନ ଋଷର ଆକ୍ରମଣ ବଢ଼ିବ । ନାଟୋ ଦେଶ ଉପରେ ଋଷର ଆକ୍ରମଣ ଗୋଟିଏ ଛୋଟ କଥା ନୁହେଁ । ସାମୁହିକ ଭାବେ ଏହାର ଜବାବ ଦେବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.