ନିଖୋଜ କାମ୍ବୋଡିଆ ସେନା ହେଲିକପ୍ଟରର ମିଳିଲା ଭଗ୍ନାବଶେଷ ଏବଂ ୨ ପାଇଲଟଙ୍କ ମୃତଦେହ

ଦୀର୍ଘ ୧୭ ଦିନ ପରେ ମିଳିଲା କମ୍ବୋଡିଆ ସେନା ହେଲିକପ୍ଟରର ଭଗ୍ନାବଶେଷ । କାମ୍ବୋଡିଆର ଏକ ପର୍ବତ ଶୀର୍ଷରେ ଏହାର ଭଗ୍ନାବଶେଷ ମିଳିଛି । ହେଲିକପ୍ଟରରେ ଦୁଇଜଣ ପାଇଲଟ ଥିଲେ । ସରକାର ଏବଂ ସମାଚାର ଏଜେନ୍ସୀ ପକ୍ଷରୁ ସୂଚନା ମିଳିଛି । ରକ୍ଷା ମନ୍ତ୍ରଣାଳୟ କହିବା ମୁତାବକ, ନିଖୋଜ ବିମାନ ଦକ୍ଷିଣ-ପଶ୍ଚିମ ପ୍ରାନ୍ତରେ ଥିବା ପୁରସେଟ ଘନ ଜଙ୍ଗଲ କାର୍ଡମମ ପର୍ବରେ ହେଲିକପ୍ଟର ମିଳିଛି । ଏହା ଚୀନ ନିର୍ମିତ z-9 ହେଲିକପ୍ଟର । ହେଲିକପ୍ଟର ୧୨ ଜୁଲାଇରେ ଟ୍ରେନିଂ ପାଇଁ ଉଡାଣ ଭରିଥିଲା ।

ତେବେ ପାଣିପାଗ ଖରାପ ହେବା କାରଣରୁ ଉଡାଣର କିଛି ସମୟ ପରେ ହେଲିକପ୍ଟର ବାୟୁ ସେନା ମୁଖ୍ୟାଳୟ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ନିଖୋଜ ହେବାର ପରଦିନ ହେଲିକପ୍ଟରର ସନ୍ଧାନ କରାଯାଇଥିଲା । କିନ୍ତୁ ମିଳିନଥିଲା । ତେବେ ଦୁର୍ଘଟଣାସ୍ଥଳକୁ ଯାଇଥିବା ସେନା କର୍ମଚାରୀ କ୍ଷତିଗ୍ରସ୍ତ ହେଲିକପ୍ଟର ଭିତରୁ ଜଣେ ପାଇଲଟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ଅନ୍ୟ ଜଣେ ପାଇଲଟଙ୍କ ମୃତଦେହ ୨୦୦ ମିଟର ଦୂରରେ ପଡିଥିଲା । ଏହାର ଫଟୋ ସୋସିଆଲ ମିଡିଆରେ ସେୟାର ହୋଇଛି । ଫଟୋରେ ଦେଖିବାକୁ ମିଳିଛି କି, ହେଲିକପ୍ଟର ଭଗ୍ନାବଶେଷ ଏଣେତେଣେ ପଡି ରହିଛି ।

You might also like