ସରିଲା ଛତିଶଗଡ଼ ଓ ମିଜୋରାମରେ ମତଦାନ: ୭୦ ପ୍ରତିଶତରୁ ଅଧିକ ଲୋକେ ଦେଲେ ଭୋଟ
କଡ଼ା ସୁରକ୍ଷା ମଧ୍ୟରେ ସରିଲା ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ । ୭୧ ପ୍ରତିଶତ ଭୋଟିଂ ହୋଇଛି । ପ୍ରଥମ ପର୍ଯ୍ୟାୟ ମତଦାନରେ୨୦ ବିଧାନସଭା ଆସନର ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୨୫ଜଣ ମହିଳା ପ୍ରାର୍ଥୀ । ସେହିପରି ମିଜୋରାମର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ୭୮ ପ୍ରତିଶତ ମତଦାନ ହୋଇଛି।
ନୂଆଦିଲ୍ଲୀ : କଡ଼ା ସୁରକ୍ଷା ମଧ୍ୟରେ ସରିଲା ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ । ୭୧ ପ୍ରତିଶତ ଭୋଟିଂ ହୋଇଛି । ଭୋଟ ଗ୍ରହଣ ବେଳେ କାଙ୍କେର, ନାରାୟଣପୁର, ସୁକମା ଓ ବିଜାପୁରରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ହିଂସା ପାଇଁ କାଙ୍କର ଓ ସୁକୁମା ଜିଲ୍ଲାରେ ମତଦାନ କମିଥିବା ଆକଳନ କରାଯାଉଛି । ପ୍ରଥମ ପର୍ଯ୍ୟାୟ ମତଦାନରେ୨୦ ବିଧାନସଭା ଆସନର ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୨୫ଜଣ ମହିଳା ପ୍ରାର୍ଥୀ । ନକ୍ସଲଙ୍କ ଚେତାବନୀ ସତ୍ତ୍ବେ ବୁଥ ଆଗରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଥିଲା । ଅବାଧ ଓ ଭୟମୁକ୍ତ ନିର୍ବାଚନ ପାଇଁ ପାରାମିଲିଟାରୀ ଫୋର୍ସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ସହ ଛିତଶଗଡ ପୋଲିସ ସମେତ କୋର୍ବା ବାହିନୀକୁ ମତୟନ କରାଯାଇଥିଲା। ତେବେ ରାଜ୍ୟରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ ବୋଲି ବିଭିନ୍ନ ଓପିନିଅନ ପୋଲ ଆକଳନ କରିଛି।
ସେହିପରି ମିଜୋରାମର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ୭୮ ପ୍ରତିଶତ ମତଦାନ ହୋଇଛି। ମିଜୋରାମ ନିର୍ବାଚନରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ସମେତ କଂଗ୍ରେସ, ବିଜେପି, ଆପ୍ ଏବଂ ଜୋରାମ ପିପୁଲ୍ସ ମୁଭମେଣ୍ଟ ଆଦି ଦଳର ୧୭୪ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ତେବେ ଏଥରକ ମିଜୋରାମରେ ପୁଣି ଝୁଲା ସରକାର ଗଠନ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆକଳନ କରାଯାଉଛି ।