ରାଜୀବ ଗାନ୍ଧୀଙ୍କଠାରୁ ଭାରତ ରତ୍ନ ଫେରାଇ ଆଣିବା ପ୍ରସ୍ତାବକୁ ଆପ୍‌ ବିଧାୟିକା ଅଲକା ଲାମ୍ବାଙ୍କ ବିରୋଧ

ଦିଲ୍ଲୀ(କେନ୍ୟୁଜ୍) : ରାଜୀବ ଗାନ୍ଧୀଙ୍କଠାରୁ ଭାରତ ରତ୍ନ ଫେରାଇ ଆଣିବା ପ୍ରସ୍ତାବକୁ ବିରୋଧ । ଏ ସମ୍ବନ୍ଧିତ ବିତର୍କରେ ଦିଲ୍ଲୀ ବିଧାନସଭାରେ ଉପସ୍ଥାପିତ ପ୍ରସ୍ତାବକୁ ବିରୋଧ କରିଛନ୍ତି ଆପ୍‌ ବିଧାୟିକା ଅଲକା ଲାମ୍ବା । ସେ ବିଧାୟକ ପଦରୁ ଇସ୍ତଫା ଦେବାକୁ ଯାଉଥିବା କହିଛନ୍ତି । ଅଲକା କହିଛନ୍ତି, ସେ ଏହି ପ୍ରସ୍ତାବକୁ ସମର୍ଥନ କରୁନାହାନ୍ତି । ତାଙ୍କୁ ଭାଷଣରେ ଭାରତ ରତ୍ନ ପ୍ରତ୍ୟାହାର ନେଇ ସମର୍ଥନ କରିବାକୁ କୁହାଯାଇଥିଲା । ପ୍ରସ୍ତାବକୁ ବିରୋଧ କରି ସେ ଗୃହରୁ ବାହାରକୁ ପଳାଇ ଆସିଥିଲେ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ତାଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ । ଅଲକାଙ୍କ ନିଷ୍ପତ୍ତି ପରେ ରାଜନୀତି ସରଗରମ ହୋଇଛି। ସେପଟେ ଦିଲ୍ଲୀ ବିଧାନସଭା ବାଚସ୍ପତି ଏନେଇ ମତ ରଖଛନ୍ତି। ବିତର୍କର ମୂଳ ପ୍ରସ୍ତାବ ୧୯୮୪ ଦଙ୍ଗା ସଂପର୍କିତ ଥିଲା ଏବଂ ଏଥିରେ ରାଜୀବ ଗାନ୍ଧିଙ୍କ ନାଁ ନଥିଲା। ବିଧାୟକ ଜେନେରାଲ ସିଂହ ନିଜ ଭାଷଣରେ ରାଜୀବ ଗାନ୍ଧିଙ୍କ ନାଁକୁ ଏଥିରେ ଯୋଡ଼ିଥିଲେ। ଅଳକାଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ବାଚସ୍ପତିଙ୍କୁ ପତ୍ର ଲେଖି ଇସ୍ତଫା ଗ୍ରହଣ ନକରିବାକୁ ଅନୁରୋଧ କରିଛନ୍ତି ।

You might also like