ହୋଲିକା ଦହନ ପାଇଁ ନିଜେ ଗୋବର ଘଷି ତିଆରି କଲେ ବିଧାୟକ; ଦେଖନ୍ତୁ ଫଟୋ

ରଙ୍ଗ ଓ ଉତ୍ସାହର ପର୍ବ ହୋଲି। ଏହି ପର୍ବକୁ ଖାସ୍‌ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ତରିକାରେ ପ୍ରସ୍ତୁତି କରି ଥାଆନ୍ତି। ଏବେ ଠିକ୍‌ ଏମିତି ହିଁ ପ୍ରସ୍ତୁତି କରିଛନ୍ତି ଜଣେ ବିଧାୟକ। ମଧ୍ୟ ପ୍ରଦେଶ ଦେବାସ୍‌ ଜିଲ୍ଲାର ଖାତେଗାଁ ବିଜେପି ବିଧାୟକ ହୋଲି ପାଇଁ ଯେଉଁ ପ୍ରସ୍ତୁତି କରିଛନ୍ତି, ତାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବିଧାୟକ ହୋଲିକା ଦହନ ପାଇଁ ଗୋବରରୁ ଛୋଟ ଛୋଟ ଘଷି ତିଆରି କରିଛନ୍ତି, ଯାହାକୁ ସେ ମାନସିକ ରଖି ହୋଲିକା ଉପରେ ଚଢ଼ାଇବେ। ବିଧାୟକ ଆଶିଷ ଶର୍ମା ଏହି ପ୍ରାଚୀନ ପରମ୍ପରାକୁ ଆଗାମୀ ପିଢ଼ି ସାମ୍ନାରେ ଆଣିବାକୁ ପ୍ରୟାସ କରିଛନ୍ତି।

ଭାଇରାଲ ଫଟୋ ଏବଂ ଭିଡିଓରେ ବିଧାୟକ ଛାତ ଉପରେ ବସି ଗୋବରରେ ଛୋଟ ଛୋଟ ଘଷି ତିଆରି କରୁଥିବା ଦେଖା ଯାଉଛି। ସମସ୍ତ ଘଷି ମଝିରେ କଣା ରହିଛି, ଯେପରି ଗୋଟିଏ ରଶିରେ ଏ ସବୁକୁ ବାନ୍ଧି ମାଳ ତିଆରି କରାଯାଇ ପାରିବ। ପ୍ରାଚୀନ ପରମ୍ପରା ଅନୁସାରେ, ଏହି ମାଳକୁ ହୋଲିକାରେ ଜଳାଇ ମାନସିକ ରଖାଯାଇଥାଏ।

ମାନ୍ୟତା ରହିଛି, ହୋଲିକାକୁ ମାଳ ପିନ୍ଧାଇ ଯେତେବେଳେ ହୋଲିକା ଦହନ କରାଯାଏ, ତ ଏହାର ପରଦିନ ସେହି ପାଉଁଶକୁ ପଶୁମାନଙ୍କୁ ଖୁଆଯାଏ। ଏହାଦ୍ୱାରା ଦୁଃଖ, ଯନ୍ତ୍ରଣା ଦୂର ହେବା ସହିତ ଘରେ ସୁଖ, ସମୃଦ୍ଧି ବାସ ହୋଇଥାଏ। ମନବାଞ୍ଛିତ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ। ବିଧାୟକ ଆଶିଷ ଶର୍ମା କହିଛନ୍ତି, ଆମ ସଂସ୍କୃତି ଆମର ପରିଚୟ। ନୂଆ ପିଢ଼ିକୁ ପୁରୁଣା ପରମ୍ପରା ଶିଖାଇବା ଆମ ଦାୟିତ୍ୱ। ଏଥିପାଇଁ ସେ ଏଥର ହୋଲିକାକୁ ନିଜେ ଘଷି ମାଳ ଚଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.