ଦେଶ ବିଦେଶ

ହରିୟାଣା ହିଂସା : ନୁହ ସମେତ ଅନ୍ୟ କେତେକ ସ୍ଥାନରେ ୫ ଅଗଷ୍ଟ ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ ବନ୍ଦ

ହରିୟାଣା ହିଂସାରେ ସାଂପ୍ରଦାୟିକ ଦଙ୍ଗାକୁ ରୋକିବା ପାଇଁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରଖାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ସ୍ଥଗିତ ଅବଧି ବୃଦ୍ଧି କରିଛନ୍ତି ହରିୟାଣା ସରକାର। ହରିୟାଣା ସମେତ ଅନ୍ୟ କିଛି ସ୍ଥାନର ମୋବାଲ ଇଣ୍ଟରନେଟ ଏବଂ ଏସଏମଏସ ସେବା ୫ ଅଗଷ୍ଟ ଯାଏଁ ବନ୍ଦ ରହିଛି । ନୁହ ଛଡା ଫରିଦାବାଦ, ପଲବଲ, ଗୁରୁଗ୍ରାମ, ପଟୌଦୀ, ମାନେସର, ସୋହନାରେ ମଧ୍ୟ ଇଣ୍ଟରନେଟ ବନ୍ଦ ରହିଛି ।

ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ୍‌ ସେବାକୁ ୫ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଅତିରିକ୍ତ ମୁଖ୍ୟସଚିବ (ଗୃହ) ଟିବି ଏସଏନ ପ୍ରସାଦ କହିଛନ୍ତି । ନିର୍ଦ୍ଦେଶ ଅନୁଯାୟୀ, ହରିୟାଣା ରାଜ୍ୟର ନୁହ, ଫରିଦାବାଦ, ପଲବଲ ଜିଲ୍ଲା ଏବଂ ସୋହନା, ଗୁରୁଗ୍ରାମରେ କୌଣସି ପ୍ରକାର ଦଙ୍ଗାକୁ ରୋକିବା ପାଇଁ ଅଗଷ୍ଟ ୫ ରାତି ୧୧.୫୯ ମିନିଟ୍‌ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିବ ବୋଲି କୁହାଯାଇଛି ।

ସରକାର ସାଂପ୍ରଦାୟିକ ଦଙ୍ଗା ଏବଂ ସାର୍ବଜନୀକ ଶାନ୍ତିକୁ ଦୃଷ୍ଟିରେ ରଖି ସୋମବାର ଠାରୁ ନୁହରେ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସକୁ ବନ୍ଦ କରାଯାଇଥିଲା । ଆଖପାଖ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନକୁ ମଧ୍ୟ ଅଶାନ୍ତି ବ୍ୟାପୁଛି।

ଏହାପରେ ରାଜ୍ୟର ବ୍ୟାପକ ସ୍ଥାନରେ ପୋଡାଜଳା ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସୋମବାରରୁ ହିଁ ନୁହ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ଏବଂ ଏସ୍ଏମ୍ଏସ୍ ସେବାକୁ ସ୍ଥଗିତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ପୂର୍ବରୁ ଇଣ୍ଟରନେଟ ବନ୍ଦ ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ହିଂସା ଆଖପାଖ ଅଞ୍ଚଳକୁ ମଧ୍ୟ ବ୍ୟାପିଥିଲା।

ସୂଚନାଯୋଗ୍ୟ, ବ୍ରିଜମଣ୍ଡଳ ଯାତ୍ରା ବେଳେ ଏଠାରେ ଏକ ଗୋଷ୍ଠୀ ପକ୍ଷରୁ ପଥରମାଡ଼ ହୋଇଥିଲା, ଯାହା ପରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୨୦ ଜଣ ଆହତ ହୋଇଥିବା ଖବର ରହିଛି। ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଥିବା ବେଳେ ଲୋକେ ଏକାଧିକ ଯାନବାହାନରେ ନିଆଁ ଲଗାଇ ଦେଇଛନ୍ତି। ଥାନା ଏବଂ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରିଛନ୍ତି। ଏହି ବ୍ରିଜମଣ୍ଡଳ ଯାତ୍ରା ଗୁରୁଗ୍ରାମରୁ ଆରମ୍ଭ ହୋଇ ନୁହ ଯାଉଥିଲା।

ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ଯାତ୍ରା ନୁହର ନଲହଡ଼ ମନ୍ଦିରରେ ପହଞ୍ଚିବା ପରେ ସେଠାରୁ ଫିରୋଜପୁର ଝିରକାର ଝିର୍‌ ମନ୍ଦିର ଯାଉଥିଲା। ହେଲେ ସେହି ସମୟରେ ଏକ ଗୋଷ୍ଠୀ ପେଟ୍ରୋଲ ବୋମା ଫିଙ୍ଗିବା ସହ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ୮୩ ଟି ଏଫଏଆଇଆର ପଞ୍ଜିକରଣ ହୋଇଛି ବୋଲି ନୁହର ଏସପି କହିଛନ୍ତି । ଏହି ମାମଲାରେ ୧୫ ଜଣ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ୧୬୫ ଲୋକଙ୍କୁ ପଚରାଉଚରା କରାଯାଉଛି ।

Swagatika

Recent Posts

ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

7 mins ago

୭୮ରେ ବିଜେପିର ବାଜିମାତ : ସରକାର କରିବ ଗଠନ, ୫୧ ରେ ବିରୋଧୀ ଆସନରେ ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

33 mins ago

ଏହି କ୍ରୁଜ୍‌ ସବୁଠୁ ଦାମୀ, ଅମ୍ବାନୀଙ୍କ ପାର୍ଟି ଜାହଜ ଏହା ତୁଳନାରେ କିଛି ନୁହେଁ

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ । ୧୨୦୦ ଫୁଟ ଲମ୍ବ ଏବଂ ୨୦ ମହଲା ଉଚ୍ଚ ଆଇକନ୍ ନାମକ…

3 hours ago

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

4 hours ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

5 hours ago

ଆପଣଙ୍କୁ ମନୋଜଙ୍କ ନିବେଦନ, ଚିକିତ୍ସାରେ ତାଙ୍କୁ ସାହାଯ୍ୟ କରି ତାଙ୍କ ଜୀବନ ବଞ୍ଚାନ୍ତୁ

କଟକ (କେନ୍ୟୁଜ) : ବାପାର ମୁଣ୍ଡ ପାଖରେ ବସି ମଥାକୁ ଆଉଁସି ଦେଉଛି ଝିଅ । ଆଖିରୁ ବହିଯାଉଛି ଧାର…

6 hours ago