ଗେମ୍‌ ଖେଳୁ ଖେଳୁ ନାବାଳକ ହାତରେ ମୋବାଇଲ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲା ଜୀବନ

ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଯାଇଛି । ୯ ବର୍ଷର ବାଳକ ହାତରେ ମୋବାଇଲ ବିସ୍ଫୋରଣ । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଦୁଇ ବାଳକ ।

କଲକୋଟି ଦେବାରି ଗ୍ରାମରେ ବସବାସ କରୁଥିବା ବାଳକ ଜଣକଙ୍କ ବାପା ଓ ମା’ କାମରେ ବାହାରକୁ ଚାଲି ଯାଇଥିଲେ । ଏହି ସମୟରେ ୯ବର୍ଷର ବାଳକ ତାଙ୍କ ସାଙ୍ଗ ସହ ମିଶି ଚାର୍ଜରେ ଫୋନ ଲାଗିଥିବା ବେଳେ ସେଥିରେ କାର୍ଟୁନ ଖେଳୁଥିଲେ । ଖେଳୁଖେଳୁ ଏହି ସମୟରେ ହଠାତ ଫୋନଟି ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା। ଏହି ବିସ୍ଫୋରଣରେ ଦୁଇବାଳକ ଗୁରୁତର ଆହତ ହୋଇ ଯାଇଥିଲେ ।

ପାଖ ପଡ଼ିଶାରେ ଥିବା ଲୋକେ ବିସ୍ଫୋରଣ ଶବ୍ଦ ଶୁଣି ଧାଇଁ ଆସିଲା ବେଳକୁ ଦୁଇ ବାଳକ ଗୁରୁତର ଅବସ୍ଥାରେ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ ସେମାନଙ୍କ ବାପା ଓ ମା’ଙ୍କୁ ଖବର ଦେଇଥିଲେ। ବାପା ଓ ମା’ ଖବର ପାଇ ସଙ୍ଗେସଙ୍ଗେ ଘରେ ପହଞ୍ଚି ଗୁରୁତର ଦୁଇ ବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ଗୁରୁତର ଆହତ ହୋଇଥିବା ବାଳକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଏମିତି ଘଟଣା ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ତଥାପି ଛୋଟ ପିଲାଙ୍କୁ ଫୋନ ଠାରୁ ଦୂରେଇ ରଖୁନାହାନ୍ତି ବାପା ଓ ମା’। ପିଲା ଠାରୁ ବୃଦ୍ଧ ସମସ୍ତଙ୍କୁ ଫୋନ ଚାର୍ଜରେ ବସିଥିବା ବେଳେ ବ୍ୟବହାର କରିବାକୁ ବାରଣ କରାଯାଇଛି। ଏହା ସତ୍ତ୍ବେ ବି କିଛି ଲୋକଙ୍କ ଅବହେଳା ହେତୁ ଅନେକ ଲୋକଙ୍କ ଜୀବନ ବି ଚାଲି ଯାଉଛି।

You might also like