ଡ୍ରଗ୍ସ ସହିତ ଫିଲ୍ମି ଅନ୍ଦାଜରେ ଗିରଫ ହେଲେ ମଡେଲ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କରୁଥିଲେ ବିଜନେସ

ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଜଣେ ମଡେଲ ଓ ତାଙ୍କ ଗାର୍ଲ ଫ୍ରେଣ୍ଡଙ୍କୁ ଏକ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ସହିତ ଗିରଫ କରାଯାଇଛି । ପୋଲିସ ସୂତ୍ରରୁ ଜଣାଯାଇଛିକି ଏଦୁହେଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ତଥା ଏହାର ଆଖପାଖ ଅଂଚଳରେ ଡ୍ରଗ୍ସ ସପ୍ଲାଏ କରୁଥିଲେ । ଦିଲ୍ଲୀ ପୋଲିସ ୨୫ ବର୍ଷୀୟ ଶୁଭମ ମାଲହୋତ୍ରା ଓ ତାଙ୍କ ୨୭ ବର୍ଷୀୟା ଗାର୍ଲଫ୍ରେନ୍ଡ କୀର୍ତ୍ତିଙ୍କୁ ଏକ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ସହିତ ଗିରଫ କରିଛନ୍ତି । ଶୁଭମ ମଡେଲିଙ୍ଗ କରିଥାନ୍ତି । ଆଉ କ୍ରାଇମ ବ୍ରାଞ୍ଚର କହିବା ଅନୁଯାୟୀ ଦୁହେଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ଡ୍ରଗ୍ସ କାରବାର କରିଆସୁଥିଲେ । ଫିଲ୍ମି ଅନ୍ଦାଜରେ ଏମାନେ ପୋଲିସ ହାତରେ ଧରାପଡ଼ିବା ସହିତ ଗିରଫ ମଧ୍ୟ ହୋଇଛନ୍ତି । କ୍ରାଇମ ବ୍ରାଞ୍ଚ ଡିସିପି ରୋହିତ ମିନାଙ୍କ କହିବା ଅନୁଯାୟୀ କୌଣସି ସୂତ୍ରରୁ ତାଙ୍କୁ ପୂର୍ବରୁ ଏବାବଦରେ ଖବର ମିଳିଥିଲା ।

ପରବର୍ତ୍ତୀ ସମୟରେ ହ୍ୟୁମାନ ଇଣ୍ଟେଲିଜେନ୍ସ ସହିତ ଟେକ୍ନିକାଲ ସର୍ବିଲାନ୍ସ ଟିମ ମାଧ୍ୟମରେ ତନାଘନା ଆଦି କରାଯାଇଥିଲା । ଆଉ ପରେ କ୍ରାଇମ ବ୍ରାଞ୍ଚକୁ ଖବର ମିଳିଥିଲାକି ଶୁଭମ ମାଲହୋତ୍ରା ନାମକ ଜଣେ ହିମାଚଳରୁ ଚରସ, ଗଂଜେଇ ଆଦି ଆଣି ୟୁନିଭର୍ସିଟି କ୍ୟାମ୍ପସରେ ସପ୍ଲାଇ କରୁଥିଲେ । ଜୁଲାଇ ୧୨ ତାରିଖରେ ବିଭାଗକୁ ସୂଚନା ମିଳିଥିଲା ଶୁଭମ ହିମାଚଳ ପ୍ରଦେଶରେ ହିଁ ଅଛନ୍ତି । ଆଉ ନିଜ ହୋଣ୍ଡା ଏକାର୍ଡରେ ଚରସ ଆଣି ଦିଲ୍ଲୀ ଆସୁଛନ୍ତି । ପଚରାଉଚୁରାରୁ ଜଣାଯାଇଛିକି ସେ ଦିଲ୍ଲୀରେ ହିଁ ବଢ଼ିଛନ୍ତି । ତାଙ୍କ ଉଚ୍ଚତା, ରଙ୍ଗ, ଲୁକ ଆଦି କାରଣରୁ ସାଙ୍ଗମାନେ ତାଙ୍କୁ ମଡେଲିଙ୍ଗରେ କ୍ୟାରିୟର କରିବାକୁ ପରାମର୍ଶ ଦେଇଥିଲେ । ଆଉ ଏହା ପରେ କ୍ୟାରିୟରରେ ଖୁବ ଉନ୍ନତି ମଧ୍ୟ କରିଥିଲେ ଶୁଭମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like