କାମ ମିଳିଲାନି ବୋଲି ଆତ୍ମହତ୍ୟା କଲେ ୩୦ ବର୍ଷୀୟା ମଡେଲ, ହୋଟେଲ ରୁମରୁ ମିଳିଲା ମୃତଦେହ

କାମ ମିଳିଲାନି ବୋଲି ୩୦ ବର୍ଷୀୟା ଯୁବତୀ କଲେ ଆତ୍ମହତ୍ୟା। ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ ହୋଟେଲ ରୁମରୁ ଫ୍ୟାନ୍ସ ଝୁଲୁଥିବା ଏକ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ୍‌ ମଧ୍ୟ ଜବତ କରିଛି। ଯେଉଁଥିରେ ମଡେଲ ଜଣକ ଆତ୍ମହତ୍ୟାରେ କେହି ଦାୟୀ ନୁହେଁ ବୋଲି ଲେଖିଛନ୍ତି। ପୋଲିସ ମତୃଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଯାଞ୍ଚ କରୁଛି। ଏହି ମାମଲାରେ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଯୁବତୀ ଜଣକ ମଡେଲ ହିସାବରେ କାମ କରୁଥିଲେ।

ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଆତ୍ମହତ୍ୟା କରିଥିବା ମଡେଲ ଜଣକ ଲେଖଣ୍ଡଓ୍ଵାଲା ଯମୁନା ନଗର ସୋସାଇଟିରେ ରହୁଥିଲେ। ସେ ବୁଧବାର ଦିନ ହୋଟେଲରେ ଚେକ୍‌ ଇନ କରିଥିଲେ। ମଡେଲ ଜଣକ ନିଜ ପାଇଁ ରାତିରେ ଖାଇବା ମଧ୍ୟ ଅର୍ଡର କରିଥିଲେ। ହେଲେ ସକାଳେ ହୋଟେଲ କର୍ମଚାରୀ ବେଲ୍‌ ବଜାଇଥିଲେ ସେ କବାଟ ଖୋଲିନଥିଲେ। ଏହା ପରେ ହୋଟେଲ କର୍ମଚାରୀ ପୋଲିସକୁ ଡାକି ମାଷ୍ଟର ଚାବି ଦ୍ୱାରା କବାଟ ଖୋଲିଥିଲେ। ଆଉ ସେତେବେଳକୁ ମଡେଲ ଜଣକ ଫ୍ୟାନ୍ସରୁ ଝୁଲୁଥିବା ଦେଖିବାକୁ ପାଇଥିଲେ।


ଏହା ପରେ ପୋଲିସ ମଡେଲ ଜଣକୁ ହସପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି। ମୃତ ଯୁବତୀଙ୍କ ପରିବାରକୁ ସୂଚନା ମଧ୍ୟ ଦେଇଛି। ତେବେ ଯୁବତୀ ଜଣକ କାମ ନ ପାଇବାରୁ ମାନସିକ ଭାରସାମ୍ୟ ହରାଇ ଏମିତି ଘଟଣା ଘଟାଇଥାଇପାରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Also Read : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ, ୨୫ ଗୁରୁତର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.