୧୨ରୁ ୧୭ ବର୍ଷ ବର୍ଗଙ୍କୁ ଟିକାକରଣ ପାଇଁ ଅନୁମତି ମାଗିଲା ମଡେର୍ଣ୍ଣା, କରୋନାକୁ ମାତ୍‌ ଦେବାରେ ଏହି ଟିକା ସମ୍ପୂର୍ଣ୍ଣ ଫଳପ୍ରଦ ଦାବି

କେନ୍ୟୁଜ (ବ୍ୟୁରୋ) : ୧୨ରୁ ୧୭ ବର୍ଷ ବର୍ଗରେ ଟିକାକରଣ ପାଇଁ ଅନୁମତି ମାଗିଲା ମଡେର୍ଣ୍ଣା। ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ଫୁଡ଼ ଆଣ୍ଡ ଡ୍ରଗସ ଆଡମିନଷ୍ଟ୍ରେସନ FDA ନିକଟରେ ମଡେର୍ଣ୍ଣା ଆବେଦନ କରିଛି। କିଶୋରଙ୍କ ମଧ୍ୟରେ କରୋନାକୁ ମାତ୍‌ ଦେବାରେ ଏହି ଟିକା ସମ୍ପୂର୍ଣ୍ଣ ଫଳପ୍ରଦ। ୧୨ରୁ ୧୭ ବର୍ଷ ବର୍ଗର ପ୍ରାୟ ୨୫୦୦ ପିଲାମାନଙ୍କ ମଧ୍ୟରେ ଏହି ଟିକାର ଟ୍ରାଏଲ କରାଯାଇଥିଲା। ପରୀକ୍ଷଣ ୧୦୦ ପ୍ରତିଶତ ସଫଳ ହୋଇଛି। ପ୍ରଥମ ଡୋଜ ଟିକା ନେବାର ୧୪ ଦିନ ପରେ ସାମାନ୍ୟ ଲକ୍ଷଣ ବିରୋଧରେ ଏହା ୯୩ ପ୍ରତିଶତ ସଫଳ। ଆମେରିକା ସହ କାନାଡା ଓ ୟୁରୋପରେ ମଧ୍ୟ ଏନେଇ ଆବେଦନ କରିସାରିଛି ମଡେର୍ଣ୍ଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.