ଛତିଶଗଡ଼ରେ ଜୋରଦାର ଚାଲିଛି ପ୍ରଚାର

ଛତିଶଗଡ଼(କେନ୍ଯୁଜ୍) : ଛତିଶଗଡ଼ରେ ପ୍ରଚାର ଲଢେଇ । ନକ୍ସଲ ପ୍ରଭାବିତ ବସ୍ତର ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ରାଲି । ଜଗଦଲପୁରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସଭାରେ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଉପସ୍ଥିତ ଅଛନ୍ତି ।
ସେପଟେ କାଙ୍କେର ଜିଲ୍ଲାରେ ଜନସଭାରେ ବିମୁଦ୍ରୀକରଣ ଓ ରାଫେଲ ନେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି ୫୨୬ କୋଟିର ରାଫେଲ ଡିଲ୍କୁ ୧୬ ଶହ କୋଟିରେ କିଣାଯାଇଛି । ବିଜୟ ମାଲ୍ୟା, ନୀରବ ମୋଦିଙ୍କ ପରି ବ୍ୟବସାୟୀ କୋଟି କୋଟି ଟଙ୍କା ଋଣ କରି ବିଦେଶ ପଳାଇ ଯାଇଛନ୍ତି । ହେଲେ ବିମୁଦ୍ରୀକରଣ କରି ଲୋକଙ୍କୁ ଲାଇନ୍ରେ ଛିଡା କରିଥିଲେ ପ୍ରଧାନମନ୍ତ୍ରୀ । ଲୋକଙ୍କ ଝାଳବୁହା ଟଙ୍କାକୁ ବ୍ୟାଙ୍କରେ ଜମାକରିଛନ୍ତି । ୨ ଦିନରେ ୫ଟି ସାଧାରଣ ସଭାକୁ ରାହୁଲ ଗାନ୍ଧି ସମ୍ବୋଧନ କରିବେ । ଆସନ୍ତାକାଲି ଖୈରାଗଡ଼ରେ ଜନସଭାରେ ରାହୁଲ ଗାନ୍ଧି ଯୋଗଦେବେ । ଆସନ୍ତା ୧୨ ତାରିଖରେ ଛତିଶଗଡରେ ୧୮ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ । ପ୍ରଥମ ପର୍ଯ୍ଯାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଆରମ୍ଭ ହୋଇଯାଇଛି ।