ବ୍ରାଜିଲରେ ମୋଦି, ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ପହଞ୍ଚିଲେ
ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ବ୍ରାଜିଲର ରିଓ ଡି ଜେନେରିଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରାଜିଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସୁରେଶ ରେଡ୍ଡିଙ୍କ ନେତୃତ୍ବରେ ଭାରତୀୟ ପ୍ରତିନିଧି ଦଳ ମୋଦଙ୍କୁ ସ୍ବାଗତ କରିଛନ୍ତି । ଦୁଇ ଦିନିଆ ସମ୍ମିଳନୀରେ ଫ୍ରାନ୍ସ, ଚୀନ, କାନାଡା, ରୁଷ ଓ ଆର୍ଜେଣ୍ଟିନାର ପ୍ରମୁଖ ନେତା ଭାଗ ନେଉଛନ୍ତି ।
ଆଜିଠୁ ଆରମ୍ଭ ହେଉଥିବା ଜି-୨୦ ସମ୍ମିଳନୀ ଉପରେ ପୂରା ବିଶ୍ବର ନଜର ରହିଛି । ଜଳବାୟୁ ପରିବର୍ତ୍ତନ, ରୁଷ-ୟୁକ୍ରେନ, ଇସ୍ରାଏଲ-ହମାସ ଯୁଦ୍ଧ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସମ୍ମିଳନୀରେ ଆଲୋଚନା ହେବ । ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ଇଚ୍ଛୁକ ବୋଲି ମୋଦି କହଛନ୍ତି ।