ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅହମଦାବାଦରେ ଦେଖିଲେ କ୍ରିକେଟ ମ୍ୟାଚ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବନେଜ ବଡ଼ର ଗାଭାସ୍କର ଟ୍ରଫିର ପ୍ରଥମ କ୍ରିକେଟ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ ଅହମଦାବାଦରେ ଗୁରୁବାର ଦେଖିଛନ୍ତି | ଷ୍ଟାଡ଼ିୟମରେ ଉଭୟ ନେତା ପହଂଚିବା ପରେ ଦର୍ଶକମାନେ ଉଭୟ ନେତାଙ୍କୁ ସ୍ୱାଗତ କରିଥିଲେ | ପରେ ଉଭୟ ନେତା ଟିମର କ୍ୟାପଟେନ ରୋହିତ ଶର୍ମା ଓ ଷ୍ଟେବ ସ୍ମିଥଙ୍କୁ ଭେଟିଥିଲେ | ଉଭୟ ନେତା ପ୍ରାୟ 25 ମିନିଟ ଧରି ଖେଳ ଦେଖିଥିଲେ |

ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବନେଜ ବଡ଼ର ଗାଭାସ୍କର ଟ୍ରଫିର ପ୍ରଥମ କ୍ରିକେଟ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ ଅହମଦାବାଦରେ ଗୁରୁବାର ଦେଖିଛନ୍ତି | ଷ୍ଟାଡ଼ିୟମରେ ଉଭୟ ନେତା ପହଂଚିବା ପରେ ଦର୍ଶକମାନେ ଉଭୟ ନେତାଙ୍କୁ ସ୍ୱାଗତ କରିଥିଲେ | ପରେ ଉଭୟ ନେତା ଟିମର କ୍ୟାପଟେନ ରୋହିତ ଶର୍ମା ଓ ଷ୍ଟେବ ସ୍ମିଥଙ୍କୁ ଭେଟିଥିଲେ | ଉଭୟ ନେତା ପ୍ରାୟ 25 ମିନିଟ ଧରି ଖେଳ ଦେଖିଥିଲେ |
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେଵାର୍ତ,ମୁଖ୍ୟମନ୍ତ୍ରୀ ଭୁପିନ୍ଦର ପଟେଲ, BCCI ଅଧ୍ୟକ୍ଷ ରୋଜର ବିନ୍ନି ଓ ସଚିବ ଜୟ ଶାହା ପ୍ରମୁଖ ଷ୍ଟାଡ଼ିୟମ୍କୁ ପାଛୋଟି ନେଇଥିଲେ | 2022 ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଏହା ହେଉଛି ଦୁଇ ଦେଶର ନେତାଙ୍କ ମଧ୍ୟରେ 4ର୍ଥ ସାକ୍ଷାତ |