କ୍ୱାଡ୍‌ ସମ୍ମିଳନୀ ପୂର୍ବରୁ ହ୍ଵାଇଟ୍‌ ହାଉସରେ ମୋଦି-ବାଇଡେନ୍‌ ଆଲୋଚନା

କ୍ୱାଡ୍‌ ସମ୍ମିଳନୀ ପୂର୍ବରୁ ହ୍ଵାଇଟ୍‌ ହାଉସରେ ମୋଦି-ବାଇଡେନ୍‌ ଆଲୋଚନା । ୯୦ ମିନଟରୁ ଅଧିକ ସମୟ ଧରି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ଦୁଇ ନେତା । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବାଇଡେନ୍‌ କହିଥିଲେ ଅନେକ ବୈଶ୍ୱିକ ଆହ୍ଵାନର ସମାଧାନ କରିପାରିବ ଭାରତ-ଆମେରିକା ମଧ୍ୟରେ ସଂପର୍କ। ଭାରତ -ଆମେରିକା ସଂପର୍କ ଆଗକୁ ବଢ଼ୁ ବୋଲି ବାଇଡେନ୍‌ କହିଥିଲେ । ମୋଦି କହିଥିଲେ ଆଜିର ଦ୍ୱିପାକ୍ଷିକ ବୈଠକ ଅନେକ ଗୁରୁତ୍ୱପୂର୍ଣ୍ଣ । ଶତାବ୍ଦୀର ତୃତୀୟ ଦଶନ୍ଧି ଆରମ୍ଭ ହେଉଥିବାରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ । ଦୁଇ ଦେଶର ମଜବୁତ ସଂପର୍କ ପାଇଁ ମଞ୍ଜି ବୁଣାଗଲା। ଭାରତ -ଆମେରିକା ସଂପର୍କରେ ବାଣିଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।

ଆମେରିକାର ଅନେକ ଜିନିଷ ଭାରତ ପାଇଁ ଦରକାରୀ । ଆଉ ଭାରତର ଅନେକ ଜିନିଷ ଆମେରିକା ପାଇଁ ଦରକାରୀ ବୋଲି ମୋଦି କହିଥିଲେ । ଗାନ୍ଧିଜୀଙ୍କ ଦର୍ଶନ କଥା କହିଥିଲେ ବାଇଡେନ୍‌ । ଅହିଂସାକୁ ସମ୍ମାନ ଏବଂ ସହନଶୀଳତା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ବୋଲି ବାଇଡେନ୍‌ କହିଥିଲେ । ବୈଠକରେ କୋଭିଡ୍‌ ମୁକାବିଲା, ଜଳବାୟୁ ପରିବର୍ତ୍ତନ ଓ ଇଣ୍ଡୋ ପାସିଫିକ୍‌ ପ୍ରସଙ୍ଗ ଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.