ଯୁଦ୍ଧ ଚାଲିଥିବା ବେଳେ ମୋଦି-ବାଇଡେନଙ୍କ ଭର୍ଚୁଆଲ ମିଟ୍‌, ଏକାଧିକ ପ୍ରସଙ୍ଗରେ ଆଲୋଚନା କରିବେ ଦୁଇ ନେତା

କେନ୍ୟୁଜ୍(ବ୍ୟୁରୋ): ଯୁଦ୍ଧ ଚାଲିଥିବା ବେଳେ କଥାବର୍ତ୍ତା ହେବେ ମୋଦି-ବାଇଡେନ୍‌ । ଆଉ କିଛି ସମୟ ପରେ ଭର୍ଚ୍ଚୁଆଲ ମିଟ୍‌ । ଭାରତୀୟ ସମୟ ରାତି ସାଢ଼େ ୮ଟାରେ ଆଲୋଚନା। ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧ ବେଳେ ଏହି ଆଲୋଚନା ବେଶ ଗୁରୁତ୍ୱ ରଖୁଛି । ଯୁଦ୍ଧ ଆରମ୍ଭ ହେବା ପରେ ଏହା ପ୍ରଥମ ମୋଦି-ବାଇଡେନ୍‌ ବୈଠକ। ମାର୍ଚ୍ଚ ୧୮ରେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନା କରିଥିଲେ ଆମେରିକା ରାଷ୍ଟ୍ରପତି । ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ମୋଦି-ବାଇଡେନ୍‌ ଆଲୋଚନା ପ୍ରସଙ୍ଗରେ ସୂଚନା ଦିଆଯାଇଛି।

ଦ୍ୱିପାକ୍ଷିକ ସହଯୋଗ, ଦକ୍ଷିଣ ଏସିଆର ସାଂପ୍ରତିକ ସ୍ଥିତି, ଇଣ୍ଡୋ ପାସିଫିକ୍‌ ରିଜନ୍‌ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବ । ତେବେ ବାଇଡେନ୍‌ଙ୍କ ମୁଖ୍ୟ ଆଜେଣ୍ଡା ରହିପାରେ ରୁଷ୍‌ ପାର୍ଶ୍ୱ ଛାଡ଼ିବାକୁ ଭାରତକୁ ପ୍ରବର୍ତ୍ତାଇବା । ଯୁଦ୍ଧକୁ ନେଇ ଏପର୍ଯ୍ୟନ୍ତ ନିରପେକ୍ଷତା ବଜାୟ ରଖିଛି ଭାରତ । କିନ୍ତୁ ରୁଷ୍‌ ବିପକ୍ଷରେ ଯିବାକୁ ଭାରତ ଉପରେ ଚାପ ପକାଉଛି ଆମେରିକା। ରୁଷ୍‌ରୁ ତୈଳ ଉତ୍ପାଦନ ନକରିବାକୁ ମଧ୍ୟ ଭାରତ ଉପରେ ଚାପ ବଢ଼ୁଛି। ଏତିକି ବେଳେ ମୋଦିଙ୍କ ସହ ବାଇଡେନ୍‌ଙ୍କ ଆଲୋଚନା ଉପରେ ପୂରା ବିଶ୍ୱ ନଜର ରଖିଛି।

 

Leave A Reply

Your email address will not be published.