ନବରାତ୍ରୀରେ ମୋଦି ଦେଲେ ଉପହାର, ଚାଷୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା

ନରେନ୍ଦ୍ର ମୋଦି ଆଜି ପିଏମ୍-କିଷାନ ଯୋଜନାର ୧୮ତମ କିସ୍ତି ବାବଦରେ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଦେଶର ୯.୪ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏ ମିଳିଛି । ମହାରାଷ୍ଟ୍ରର ଓ୍ବାଶିମ୍ଠାରେ ଏକ କାର୍ୟ୍ୟକ୍ରମରେ ଏହି ଅର୍ଥ ରାଶି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ପଠାଯାଇଛି । ଏହି ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି । ପିଏମ୍-କିଷାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩.୪୫ ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି ।
୨୦୧୯ ମସିହା ଫେବୃଆରୀ ୨୪ ତାରିଖରେ ପିଏମ୍-କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା । ଏଥିରେ ବାର୍ଷିକ 6ହଜାର ଟଙ୍କା ସମାନ କିସ୍ତିରେ ଚାଷୀଙ୍କୁ ହସ୍ତାନ୍ତର କରାଯାଏ । ଏହି ଟଙ୍କା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଯାଏ । ମହାରାଷ୍ଟ୍ରରେ ଏହି ଯୋଜନାର୧୭ କିସ୍ତିରେ ପ୍ରାୟ ୧.୨୦ କୋଟି ଚାଷୀଙ୍କୁ ପ୍ରାୟ ୩୨,୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
pmkisan.gov.in କୁ ଯାଇ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ଏହା ପୂର୍ବରୁ ଜୁନ୍ ୧୮ ତାରିଖରେ ଚାଷୀଙ୍କ ଖାତାକୁ ୧୭ତମ କିସ୍ତି ମିଳିଥିଲା । ଚାଷୀଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ରୋଜଗାରକୁ ଦୁଇ କରିବାଲାଗି ୨୦୧୯ ମସିହା ଫେବ୍ରୁଆରୀ ମାସରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି ।