ପଦୋନ୍ନତିର ସବୁଠୁ ବଡ଼ ନିର୍ଦେଶନାମା ଜାରି କଲେ ମୋଦି ସରକାର, ଥରକରେ ୮୦୦୦ କର୍ମଚାରୀ ହେବେ ଉପକୃତ

କେନ୍ଦ୍ର ସରକାର ପୁଣି ଥରେ କେନ୍ଦ୍ର ସଚିବାଳୟ କ୍ୟାଡରରେ ଅବସ୍ଥାପିତ ୮ ହଜାରରୁ ଅଧିକ କର୍ମଚାରୀ ମାନଙ୍କ ପ୍ରମୋସନକୁ ନେଇ ଏକ ବଡ ଆଦେଶ ଦେଇଛନ୍ତି  । କହିରଖିବା ଉଚିତ ହେବକି ଏହି ଆଦେଶ ଅଧୀନରେ ଆସୁଥିବା ସଂଖ୍ୟା ଆଧାରରେ ଏହି ପଦୋନ୍ନତି ସବୁଠୁ ବଡ ଧରଣର ପଦନ୍ନୋତି ହେବ ବୋଲି ଜଣାଯାଇଛି  । ମିଳିଥିବା ସୂଚନା ଅନୁଯାୟୀ ସରକାରୀ କର୍ମଚାରୀଙ୍କ ଦ୍ୱାରା ପରସ୍ପର ବିରୋଧରେ କରାଯାଇଥିବା ଅଭିଯୋଗ କ୍ରମେ ଅନେକ ପଦୋନ୍ନତି ପ୍ରକ୍ରିୟା ଅଧାରେ ଅଟକି ରହିଥିଲା  ।

ଦ ଇଣ୍ଡିଆନ ଏକ୍ସପ୍ରେସ ଖବର କାଗଜ ମୁତାବକ ଅଧିକାରୀ ମାନେ ଗୁରୁବାର କହିଛନ୍ତିକି ଖୁବ ଶୀଘ୍ର କାର୍ମିକ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସରକାର ଏନେଇ ଘୋଷଣା କରିବ  । ମିଳିଥିବା ସୂଚନା ମୁତାବକ ଏହି ଆଦେଶ ଅନୁସାରେ ଡ଼ାଇରେକ୍ଟର ପଦରେ ୩୨୭ ଜଣଙ୍କୁ, ଡେପୁଟି ସେକ୍ରେଟାରୀ ପଦରେ ୧୦୯୭ ସେକ୍ସନ ଅଫିସରଙ୍କ ପଦରେ ୧୪୭୨ ଜଣଙ୍କୁ ପ୍ରମୋସନ ମିଳିବ  ।କହିରଖିବା ଉଚିତ ହେବକି କେନ୍ଦ୍ର ସଚିବାଳୟରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅଧିକାରୀ ମାନେ ହିଁ କାର୍ଯ୍ୟରତ ରୁହନ୍ତି  । ସଚିବାଳୟରେ ଗ୍ରୁପ ଏ ଓ ଗ୍ରୁପ ବି ପଦରେ କାର୍ଯ୍ୟରତ କର୍ମଚାରୀ ହିଁ ଥାଆନ୍ତି  । ଏମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ତଥା ବିଭାଗ ଗୁଡିକର ପ୍ରଶାସନିକ କାର୍ଯ୍ୟ ସମ୍ଭାଳିଥାନ୍ତି  । ସଂଘ ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଜରିଆରେ ଏହି ଅଧିକାରୀ ମାନଙ୍କୁ ଚୟନ କରାଯାଏ  ।

ଏତେ ବଡ଼ ସ୍ତରରେ ପ୍ରମୋସନ ନେଇ ନିର୍ଦେଶନାମା ୨୦୧୯ ରେ ଜାରି ହୋଇଥିଲା  । ସେହି ସମୟରେ ତିନି ସେବାରେ ମୋଟ ୪୦୦୦ କର୍ମଚାରୀଙ୍କର ପଦନ୍ନୋତି ହୋଇଥିଲା  । ସେହି ସମୟରେ ତିନି ସେବାରେ ୪୦୦୦ କର୍ମଚାରୀଙ୍କର ପ୍ରମୋଶନ ହୋଇଥିଲା  । ଯେବେକି ଚଳିତ ଥର ହେବାକୁ ଥିବା ପଦନ୍ନୋତି ପ୍ରକ୍ରିୟାରେ ୧୫୭ ପ୍ରିନ୍ସିପାଲ ଷ୍ଟାଫ କର୍ମଚାରୀ, ୧୫୩
ସିନିୟର ପ୍ରିନ୍ସିପାଲ ପ୍ରାଇଭେଟ ସେକ୍ରେଟାରୀ, ୧୨୦୮ଟି ପ୍ରିନ୍ସିପାଲ ପ୍ରାଇଭେଟ ସେକ୍ରେଟାରୀ ପଦ ବି ସାମିଲ ଅଛି  । ଏହି ପଦବୀରେ ପଦୋନ୍ନତି ପାଇବାକୁଥିବା ମୋଟ ଅଧିକାରୀଙ୍କ ସଂଖ୍ୟା ଦୁଇ ହଜାର ୯୬୬ ରହିଛି  । ଯେବେକି ୮ ହଜାର ୮୯ଟି ପଦବୀରେ ପ୍ରମୋସନ ହେବାକୁ ଅଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.