କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ବୀମା ରାଶି

କରୋନା କାରଣରୁ ଅନାଥ ହୋଇଥିବା ପିଲାଙ୍କ ପାଇଁ ମୋଦିଙ୍କର ବଡ଼ ଘୋଷଣା। ଅନାଥ ପିଲାଙ୍କ ପାଇଁ କରିବେ ୫ଲକ୍ଷ ଟଙ୍କାର ହେଲ୍ଥ ଇନସୁରାନ୍ସ। କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଏସମ୍ପର୍କରେ ସିବିଶେଷ ତଥ୍ୟ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିୟମ ଅନୁଯାୟୀ, ୧୮ ବର୍ଷ ମଧ୍ୟରେ ଥିବା ଅନାଥ ଶିଶୁଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ । ଏହା ତାଙ୍କର ସ୍ୱାସ୍ଥ୍ୟ ବୀମାରେ ଲାଗୁ ହେବ। ଏହା ପିଏମ- କେୟାର୍ସ ତରଫରୁ ଯୋଗାଇ ଦିଆଯିବ।
कोविड से प्रभावित बच्चों के देखभाल हेतु उठाए कदमों के तहत 18 साल तक के बच्चों को आयुष्मान भारत के तहत 5 लाख रुपये का मुफ्त स्वास्थ्य बीमा दिया जाएगा और इसके प्रीमियम का भुगतान पीएम केयर्स द्वारा किया जाएगा। #MonsoonSession https://t.co/Gxpj7sFlYV pic.twitter.com/kfa7fTWigq
— Office of Mr. Anurag Thakur (@Anurag_Office) August 4, 2021
ଆୟୁଷ୍ମାନ ଭାରତ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ମଧ୍ୟରୁ ଅନ୍ୟତମ। ଯାହା ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ନେଇ ଆରମ୍ଭ ହୋଇଥିଲା।
ମୋଦୀ ପିଲାଙ୍କ ପାଇଁ ପିଏମ-କେୟାର୍ସ ଯୋଜନା ୨୯ ମଇ ୨୦୨୧ ରେ ଆରମ୍ଭ କରିଥିଲେ। ଏହି ଯୋଜନାରେ ସେହି ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁମାନେ କରୋନା ମହାମାରୀରେ ନିଜ ପରିବାର ତଥା ବାପା ମାଆଙ୍କୁ ହରାଇଛନ୍ତି।