ପହଲଗାମ ଆକ୍ରମଣ ପରେ ଆସନ୍ତାକାଲି ବସିବ CCS ବୈଠକ, ସୁରକ୍ଷା ପ୍ରସ୍ତୁତି ଉପରେ ହେବ ଚର୍ଚ୍ଚା

କାଲି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ। ଆସନ୍ତା କାଲି ଦିନ ୧୧ଟାରେ ଦିଲ୍ଲୀରେ ବୈଠକ ବସିବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ। ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଯୋଗ ଦେବେ। NSA ଅଜିତ ଡୋଭାଲ, କ୍ୟାବିନେଟ ସଚିବ ଓ ପ୍ରତିରକ୍ଷା ସଚିବ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ୨୨ ଏପ୍ରିଲରେ, ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କକ ଏକ ଗ୍ରୁପ କାଶ୍ମୀର ପହଲଗାମର ବୈସରଣ ଉପତ୍ୟକାରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ । ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଜମ୍ମୁ-କଶ୍ମୀରରୁ ବହୁ ସଂଖ୍ୟକ ପର୍ଯ୍ୟଟକ ବୁକିଂ କ୍ୟାନସଲ କରି ଫେରି ଯାଇଥିଲେ । ତେବେ ଘଟଣାକୁ କିଛିଦିନ ବିତିବା ପରେ ପର୍ଯ୍ୟଟକମାନେ ଧୀରେ ଧୀରେ ପହଲଗାମ ସମେତ ଅନ୍ୟାନ୍ୟ ସ୍ଥାନକୁ ଫେରୁଥିଲେ । ପହଲଗାମରେ ମଧ୍ୟ ପୂର୍ବଭଳି ପର୍ଯ୍ୟଟକଙ୍କ ଗହଳିଚହଳି ନାହିଁ । ଏପରିସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟନ ସ୍ଥଳ ଓ ରିସୋର୍ଟ ବନ୍ଦ ନେଇ ଜମ୍ମୁ କଶ୍ମୀର ସରକାରଙ୍କ ନିଷ୍ପତ୍ତି ଦ୍ବାରା ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି ।

Also Read : ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍, ଉତ୍ତେଜନାମୂଳକ ଟିପ୍ପଣୀ ପାଇଁ…